ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ପାଲଟିଛି ବରଦାନ

"ବଢେଟେ ଦମ୍ ଦେଇଛେ ସ୍ମାର୍ଟକାର୍ଡ"

ଲେଖକ- ହର୍ଷିତା ବିଶ୍ବାଳ

ବଲାଙ୍ଗୀର: ଇ ହେଲଥ କାର୍ଡ ଆମର୍ ବାଗିର୍ ଅଭାବୀ ଲୁକର୍ ଲାଗିଁ ବଢେଟେ ଆଶିରବାଦ୍ ଆଏ । ଆଘୋ ଛୁଆ ଟେ ବେମାର୍ ସେମାର୍ ଲାଗିଁ ପଏସା ଅଭାବ୍ ନୁ ଡାକ୍ତରଖାନା ନୁ ଫିରି ଆଉଥିଲୁଁ । ହେଲେଁ ଇହାଦେ ଇ କାର୍ଡ ଥି ସବୁ ଅସପତାଲେଁ ମଗନା ଚିକିତ୍ସା ମିଲିପାରବା । ଇ କାର୍ଡ ଦେଇକରି ମୁଖ୍ୟମନ୍ତ୍ରୀ ନବୀନ ଆଜ୍ଞା ଆମକୁଁ ବଢେଟେ ଦମ୍ ଦେଇଛନ୍ । ଦେହେ ପା ଲାଗିଁ ଆଘୋ କିଏ ଖୁରି ଗିନା ଗହନା କରୁଥିଲା ତ ଆର୍ କିଏ ଘର୍ ଦୁଆର୍ ଜମିନ୍ ବାଡି ବିକି ଦେଉଥିଲା । ହେଲେଁ କମସେ କମ୍ ଇହାଦେ ଇ କାର୍ଡ ଲାଗିଁ ଆର୍ ହେତକି ଗୁଲଗୁଲା ତ ହେବାର୍ କେ ନେ ପଡେ । ମୁଖ୍ୟମନ୍ତ୍ରୀ ଆଜ୍ଞାକୁଁ ଇଥିର୍ ଲାଗିଁ ଗୁରଦୁଟେ ଧନ୍ୟବାଦ ।

ଟିକେଶ୍ବରୀ ସାହୁ, ହିଆଲ, ବଲାଙ୍ଗୀର

“ଆର୍ କେନସି ମହାଜନର୍ ଗୋଡ୍ ଧରବାର୍ କେ ନେ ପଡେ” ଘରେ କାହାରିର୍ ଦେହେ ପା ଖରାପ୍ ହେଲେଁ ପଏସାର୍ ଅଭାବ୍ ନୁ କାଲ୍ ପଡିଯାଉଥିଲା । ସୁନା ରୁପାନୁ ଜମିନ୍ ବାଡି ତକ୍ ଗହନା ଗୁଠା କରବାର୍ କେ ପଡୁଥିଲା । ତାର୍ ଉତାରୁଁ ମହାଜନର୍ ଗୋଡ୍ ଧରବାର୍ କେ ପଡୁଥିଲା । ହେଲେଁ ଇହାଦେ ଇ କାର୍ଡ ଲାଗିଁ ଲାଖ୍ ଲାଖ୍ ଗରିବ୍ ଘର୍ ବଂଚିଯିବା । ମଗନା ଥିଁ ଦେଶର୍ ବଡଖା ବଡଖା ଡାକ୍ତରଖାନା ନେ ଚିକିତ୍ସା ମିଲବାର୍ ଟା ବଢେଟେ କଥା ଆଏ । ଇଟା ଗରିବର୍ ମୁହେଁ ହଁସି ଫୁଟେଇଛେ । ନବୀନ ଆଜ୍ଞା ଆମର୍ ଗରିବ୍ ଲାଗିଁ ମାହାପୁରୁ ଆନ୍ ।

ଭୂମିସୂତା ପ୍ରଧାନ, ଟିଟିଲାଗଡ, ବଲାଙ୍ଗୀର

ବଲାଙ୍ଗୀର ଜିଲ୍ଲାରେ ବିଏସକେଓ୍ବାଇ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ପାଇଥିବା କିଛି ହିତାଧିକାରୀଙ୍କ ଏହା ମନ୍ତବ୍ୟ । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୬ଟି ଜିଲ୍ଲାରେ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିସାରିଛନ୍ତି । ଏହି ଯୋଜନାରେ ପ୍ରତି ଲୋକଙ୍କୁ ୫ ଲକ୍ଷ୍ୟ ଓ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମାଗଣାରେ ମିଳିପାରିବ । ଏଥିରେ ଦେଶର ବଡ ବଡ ୨ ଶହରୁ ଉର୍ଧ୍ବ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସୁବିଧା ମିଳିବ । ସ୍ବାଧୀନତା ପରବର୍ତ୍ତୀ ଓଡିଶାରେ ଏହା ହେଉଛି ସର୍ବବ୍ରୁହତ ସ୍ବାସ୍ଥ୍ୟ ଯୋଜନା । ଏହା ଦ୍ବାରା ରାଜ୍ୟର ୯୬ ଲକ୍ଷ୍ୟ ପରିବାରର ପ୍ରାୟ ସାଢେ ତିନି କୋଟି ଲୋକ ଉପକ୍ରୁତ ହେବାକୁ ଯାଉଛନ୍ତି ।

ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ ବେଳେ ପ୍ରତି ଜିଲ୍ଲାରେ ରଖୁଥିବା ବକ୍ତବ୍ୟ ଲୋକଙ୍କ ମନରେ ଗଭୀର ରେଖାପାତ କରିଛି । ଚିକିତ୍ସା ଅଭାବରୁ ଯେମିତି କାହାର ମୃତ୍ୟୁ ନ ଘଟୁ ଏହା ତାଙ୍କର ଇଚ୍ଛା ବୋଲି ପ୍ରକାଶ କରୁଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଚିକିତ୍ସା ପାଇଁ ପିଲାଙ୍କ ପାଠପଢା ବନ୍ଦ ସହ ସୁନା ରୁପା ଜମିବାଡି ବିକ୍ରି କଥା ଶୁଣିଲେ ତାଙ୍କୁ ବହୁତ କଷ୍ଟ ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରି ଆସିଛନ୍ତି ।

ତେବେ, ଇତିମଧ୍ୟରେ ପଶ୍ଚିମ ଓଡିଶାର ସୁନ୍ଦରଗଡ, ବଲାଙ୍ଗୀର ଏବଂ ଦେବଗଡ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଏହି କାର୍ଡର ଶୁଭାରମ୍ଭ କରିସାରିବା ପରେ ଲୋକଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଦେଖିବାକୁ ମିଳିଛି । ପର୍ଯ୍ୟାୟକ୍ରମେ ପଶ୍ଚିମ ଓଡିଶାର ଅବଶିଷ୍ଟ ଜିଲ୍ଲାରେ ବି ଏହି କାର୍ଡ ବଣ୍ଟନ ହେବାକୁ ଯାଉଛି ।

Comments are closed.