ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ, ୫ ତାରିଖ ମଧ୍ୟାହ୍ନରେ ପୁରୀ ନିକଟରେ ଲ୍ୟାଣ୍ଡଫଲ୍‌, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର-ବାତ୍ୟା ‘ଜୱାଦ’ରେ ପରିଣତ ହୋଇଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ । ଆଜି ପୂର୍ବାହ୍ନରେ ବାତ୍ୟାର ରୂପ ନେଇଛି ଗଭୀର ଅବପାତ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସନିଟରେ ଏହି ସୂଚନା ଦେଇଛନ୍ତି । ବାତ୍ୟା ଆସନ୍ତାକାଲି ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର-ଓଡିଶା ଉପକୂଳରେ ପହଂଚିବ । ୫ ତାରିଖ ମଧ୍ୟାହ୍ନ ବେଳକୁ ପୁରୀ ନିକଟରେ ଉପକୂଳ ଛୁଇଁବ ବାତ୍ୟା ଜୱାଦ । ଏହି ବାତ୍ୟାର ତୀବ୍ରତା ଗୁଲାବଠାରୁ ଅଧିକ ଓ ତିତଲିରୁ କମ୍ ରହିବ ବୋଲି ଆଇଏମଡି ଡିଜି କହିଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ କର୍ମଚାରୀଙ୍କ ଛୁଟି ବାତିଲ କରିଦେଇଛନ୍ତି ।

Comments are closed.