ପିପିଲି ଉପନିର୍ବାଚନ ଫଳ : ନବୀନଙ୍କ ବିକାଶ ଏଜେଣ୍ଡା ଓ ବଳିଷ୍ଠ ନେତୃତ୍ୱ ହିଁ ଦଳ ପାଇଁ ଆଣିଲା ଆଉ ଏକ ବିଜୟ

ପିପିଲି – ପୁଣି ଥରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥାର ପ୍ରମାଣ ଦେଇଛି ପିପିଲି ବିଧାନସଭା ଆସନର ଫଳାଫଳ । ଆକ୍ରୋଶମୂଳକ ରାଜନୀତି କି ମିଥ୍ୟା ପ୍ରତିଶ୍ରୁତି ନୁହେଁ, ବରଂ ବିକାଶ ହିଁ ଲୋକଙ୍କ ହୃଦୟ ଜିଣିପାରିବ । ଏ କଥା ପୁଣି ଥରେ ପ୍ରମାଣିତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିବା ବାହୁଲ୍ୟ ଯେ, ପିପିଲି ଉପନିର୍ବାଚନରେ ପୂର୍ବାପେକ୍ଷା ବଡ ବ୍ୟବଧାନରେ ବିଜେଡିର ବିଜୟରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ନିର୍ମଳ ଭାବମୂର୍ତ୍ତିର ପ୍ରତିଫଳନ ଘଟିଛି । ପିପିଲିକୁ ମିଶାଇ ବିଜେଡି ଗତ ବର୍ଷକ ମଧ୍ୟରେ ଲଗାତର ତିନିଟି ଉପନିର୍ବାଚନ ଜିତି ହ୍ୟାଟ୍ରିକ କରିଛି । ଗତବର୍ଷ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ହୋଇଥିବା ଉପନିର୍ବାଚନରେ ବାଜିମାତ୍ କରିଥିବା ଶାସକ ଦଳ । ଆଉ ଏଥର ପିପିଲିରେ ବି ସହଜ ବିଜୟ । ପିପିଲି ବିଜୟ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ବିଜେଡିକୁ ଉତ୍ସାହିତ କରିବ ନିଶ୍ଚିତ । ଲଗାତର ଷଷ୍ଠ ଥର ପାଇଁ ପିପିିଲି ନିର୍ବାଚନରେ ବାଜିମାତ୍ କରିଛି ବିଜୟୀ । ପିପିଲିର ବିକାଶ ନିଜେ ବୁଝିବା ପାଇଁ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଦୃଷ୍ଟିରୁ ଏଥର ପ୍ରଚାରରୁ ଦୂରେଇ ରହିଥିଲେ । ଏବଂ କୋଭିଡ ଗାଇଡ ୱଆଇନ ପାଳନ କରି ପ୍ରଚାର କରିବାକୁ ଦଳର ସମସ୍ତ ନେତା ଓ କର୍ମୀଙ୍କୁ କହିଥିଲେ । ଏହା ହିଁ ତ ଏକ ବଳିଷ୍ଠ ଓ ଲୋକପ୍ରିୟ ନେତୃତ୍ୱର ଉଦାହରଣ । ପିପିଲି ଆସନ ଛଡାଇ ଆଣିବା ପାଇଁ ବିଜେପିର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି । ନିକଟ ଅତୀତରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି କୌଣସି ଉପନିର୍ବାଚନରେ ପରାଜିତ ହୋଇନାହିଁ । କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ତାରକା ପ୍ରଚାରକ ଭାବେ ବିଜେପିକୁ କୌଣସି ନିର୍ବାଚନରେ ଜିତାଇ ପାରିନାହାନ୍ତି । ପ୍ରଚାର ବେଳେ ବିଜେପି ନେତାଏଁ କହିଥିଲେ ଯେ, ଏଥରର ପିପିଲିର ଫଳାଫଳ ୨୦୨୪ ନିର୍ବାଚନ ପାଇଁ ଏକ ସଙ୍କେତ ଆଣିବ । ପିପିଲି ଫଳାଫଳ କେଉଁ ପ୍ରକାର ସଙ୍କେତ ଆଣିଛି,ତାହା ସେମାନେ ବୁଝିପାରୁଥିବେ ।

ସେପଟେ କଂଗ୍ରେସ ପ୍ରତି ଜନାଧାର କମିବାରେ ଲାଗିଛି । ଲଗାତର ଦ୍ୱିତୀୟ ଥର ପାଇଁ ବିଜେପି ପରେ ତୃତୀୟ ସ୍ଥାନରେ ରହିଛି କଂଗ୍ରେସ । କଂଗ୍ରେସ ପାଇଁ ଏବେ ଆତ୍ମମନ୍ଥନର ବେଳ ଆସିଛି । ବିଜେଡି ସୁପ୍ରିମୋଙ୍କ ବଳିଷ୍ଠ ନେତୃତ୍ୱ ଆଗରେ ଫିକା ପଡିଛି ବିରୋଧୀଙ୍କ ଗୋଟି ଚାଳନା ।

Comments are closed.