ଆମ ଶରୀର ଚର୍ଚ୍ଚା ( ଯୋଗ ) | News Room Odisha

ଆମ ଶରୀର ଚର୍ଚ୍ଚା ( ଯୋଗ )

ସୁସ୍ଥ ମନ, ସୁସ୍ଥ ଶରୀର ଏକ ଉତ୍ତମ ସମାଜ ଗଠନରେ ବିଶେଷ ସହାୟକ ହୋଇଥାଏ। ଆଜିର ସମାଜ ଏତେ ନିମ୍ନଗାମୀ ହେବାର ପ୍ରକୃତ କାରଣ ହେଉଛି ଆମେ ସମସ୍ତେ ମାନସିକ ସ୍ତରରେ ବଡ଼ ଦୁର୍ବଳ ବୋଧ କରୁଛେ। ନା ଆମର ମନ ଠିକ ଅଛି ନା ଆମର ଶରୀର। ସୁସ୍ଥ ଶରୀର ଓ ଦୃଢ଼ ମନୋବଳ ଅସାଧ୍ୟକୁ ମଧ୍ୟ ସାଧିତ କରିବାରେ ସକ୍ଷମ ହୋଇଥାଏ। ଏଥିପାଇଁ ଶରୀର ଚର୍ଚ୍ଚା ମାଧ୍ୟମରେ ଆମେ ନିଜକୁ ପ୍ରସ୍ତୁତ ରଖିବା ନିହାତି ପ୍ରୟୋଜନ।

ଏଥିପାଇଁ ଆମର ନୂତନ ପ୍ରୟାସ ‘ ଆମ ଶରୀର ଚର୍ଚ୍ଚା ‘ ମାଧ୍ୟମରେ ପ୍ରତିଦିନ ଆମେ କିଛି ଶାରରିକ ଯୋଗଭ୍ୟାସ ସମ୍ବନ୍ଧରେ ଆଲୋଚନା କରିବା। ଏହାର ଲାଭ ସହିତ ତତ୍ସମ୍ଭନ୍ଧୀୟ ରୋଗର ଉପଚାର ଉପରେ ଆମର ବିଚାର ରଖିବା। ପାଠକ ବନ୍ଧୁ ଏଥିପାଇଁ ଆପଣଙ୍କ ସହଯୋଗ ଓ ବିଚାରକୁ ମଧ୍ୟ ପ୍ରାଧାନ୍ୟ ଦେବୁ। ଆଶା କରୁଛୁ ଏଥିରେ ଆପଣ ମାନଙ୍କ ଏଥିରେ ପୂର୍ଣ୍ଣ ସହମତି ରହିବ।

ବାସ୍ତବରେ ଆମର ଏ ଶରୀର ପଞ୍ଚ ମହଭୂତରେ ଗଠିତ। ସେହି ମୌଳିକ ଉପାଦାନ ଗୁଡିକ ହେଉଛି ପୃଥିବୀ, ଜଳ, ଅଗ୍ନି,ବାୟୁ ଓ ଆକାଶ । ପ୍ରକୃତ ପକ୍ଷେ ଆମ ଶରୀରରେ ଏହି ପାଞ୍ଚୋଟି ମୌଳିକ ଉପାଦାନ ପାଞ୍ଚୋଟି ଇନ୍ଦ୍ରିୟ ବା ଅନୁଭୂତିରୁ ପ୍ରାପ୍ତ ହୋଇଥାଏ।

୧ . ପୃଥିବୀ : ମୃତ୍ତିକାର ଗୁଣ ସୂଚକ ଗନ୍ଧ – ଯାହା ଆମେମାନେ ନାସିକା ଦ୍ୱାରା ଆଘ୍ରାଣ କରିଥାଉ।
୨ . ଜଳ : ଜଳର ଗୁଣ ସୂଚକ ସ୍ୱାଦ – ଯାହା ଆମେମାନେ ଜିହ୍ଵା ଦ୍ୱାରା ଅନୁଭବ କରିଥାଉ।
3 . ଅଗ୍ନି : ଅଗ୍ନିର ଗୁଣ ସୂଚକ ଆଲୋକ – ଯାହା ଆମେମାନେ ଚକ୍ଷୁ ଦ୍ୱାରା ଦେଖିଥାଉ।
୪ . ବାୟୁ : ବାୟୁର ଗୁଣ ସୂଚକ ସ୍ପର୍ଶ – ଯାହା ଆମେମାନେ ଚର୍ମ ଦ୍ୱାରା ଅନୁଭବ କରିଥାଉ।
୫ . ଆକାଶ : ଆକାଶର ଗୁଣ ସୂଚକ ଶବ୍ଦ – ଯାହା ଆମେମାନେ କର୍ଣ୍ଣରେ ଶ୍ରବଣ କରିଥାଉ।

Yoga