ବର୍ତ୍ତାମାନ ରାଜ୍ୟର କୌଣସି ନଦୀରେ ବନ୍ୟା ଆଶଙ୍କା ନ ଥିବା କହିଲା ଜଳସଂପଦ ବିଭାଗ

ଭୁବନେଶ୍ୱର – ବନ୍ୟା ସ୍ଥିତି ନେଇ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉପର ମହାନଦୀର ଚମ୍ପା ଓ ଘୋରାରୀକୁ ଛାଡିଦେଲେ ଆଉ କେଉଁଠି ଅଧିକ ବର୍ଷା ହୋଇନାହିଁ । ଉପର ବ୍ରାହ୍ମଣୀରେ ମଧ୍ୟ ଅଧିକ ବର୍ଷା ନାହିଁ । ତଳ ବ୍ରାହ୍ମଣୀରେରେ ୧୦୦ ମିିମିରୁ ୨୯୩ ମିମି ବର୍ଷା ହୋଇଛି । ବଂଶଧାରାରେ ବର୍ଷା ନାହିଁ । ମହାନଦୀରେ ଦିନ ୧୨ଟା ସୁଦ୍ଧା ବରମୂଳଠାରେ ୪ ଲକ୍ଷ କ୍ୟୁସେକ, ମୁଣ୍ଡଳୀରେ ୩ ଲକ୍ଷ ୨୨ ହଜାର କ୍ୟୁସେକ ଜଳ ପାସ କରୁଛି । ୨୨ଟି ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୫୦ ପ୍ରତିଶତ ତଳକୁ ରହିଛି । ବର୍ତ୍ତମାନ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ । ବର୍ଷା ଯୋଗୁଁ କିଛି ସ୍ଥାନରେ ଫ୍ଲାସ ଫ୍ଲଡ ହୋଇପାରେ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

Comments are closed.