ଓଡିଶା କ୍ୟାଡର ଆଇଏଏସ ପାନୀୟ ଜଳ ଓ ପରିମଳ ବିଭାଗର ନୂଆ ସଚିବ

ନୂଆଦିଲ୍ଲୀ : ବରିଷ୍ଠ ଓଡିଶା କ୍ୟାଡର ଆଇଏଏସ ଉପେନ୍ଦ୍ର ପ୍ରସାଦ ସିଂହଙ୍କୁ କେନ୍ଦ୍ର ପାନୀୟ ଜଳ ଓ ପରିମଳ ବିଭାଗର ନୂଆ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

ବର୍ତମାନ ଜଳ ସମ୍ବଳ, ନଦୀ ବିକାଶ ଓ ଗଙ୍ଗା ରିଜୁଭେନେସନ ବିଭାଗର ସଚିବ ଥିବା ଉପେନ୍ଦ୍ର ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ଉପେନ୍ଦ୍ର ପ୍ରସାଦ ସିଂହ ୧୯୮୫ ମସିହା ଓଡିଶା କ୍ୟାଡର ଆଇଏଏସ ଅଧିକାରୀ । ସେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିସାରିଛନ୍ତି ।

Comments are closed.