ନିର୍ଧାରିତ ଲଗ୍ନରେ ମାଆ ସମଲେଇଙ୍କଠାରେ ନବାନ୍ନ ଲାଗି, କୋରୋନା କଟକଣା ମଧରେ ପଶ୍ଚିମ ଓଡିଶାରେ ନୂଆଖାଇ

ସମ୍ବଲପୁର : କୋରୋନା କଟକଣା ମଧ୍ୟରେ ସାରା ପଶ୍ଚିମ ଓଡିଶାରେ ପାଳନ କରାଯାଉଛି ଗଣ ପବ ର୍ନୂଆଖାଇ । ଏହି ଅବସରରେ ଆଜି ନିର୍ଧାରିତ ଲଗ୍ନରେ ମାଆ ସମଲେଇଙ୍କଠାରେ ନବାନ୍ନ ଲାଗି କରାଯାଇଥିଲା । ସକାଳ ୯ଟା ୩୫ ମିନିଟରୁ ୯ଟା ୫୦ ମିନିଟ ମଧ୍ୟରେ ପାରମ୍ପରିକୀ ରୀତିନୀତିରେ ମାଆଙ୍କଠାରେ ନବାନ ଲାଗି ହେବା ପରେ ଘରେ ଘରେ ନୂଆଖାଇ ପବ ର୍ ପାଳନ ଆରମ୍ଭ ହୋଇଛି ।

ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ମନା ହୋଇଛି । କିନ୍ତୁ ଭକ୍ତଙ୍କ ପାଇଁ ମନ୍ଦିରରେ ନୂଆଖାଇ ରୀତିନୀତିର ସିଧା ପ୍ରସାରଣ ସୋସିଆଲ ମିିଡିଆ ଫ୍ଲାଟଫର୍ମରେ କରାଯାଇଛି । କଟକଣା ଯୋଗୁଁ ଏଥରର ନୂଆଖାଇ ବିନା ଭେଟଘାଟରେ ପାଳନ କରାଯାଉଛି ।

Comments are closed.