ମୁଖ୍ୟ ଶାସନ ସଚିବଙ୍କ ଭିମସାର ପରିଦର୍ଶନ, କୋଭିଡ ସ୍ଥିତିର ସମୀକ୍ଷା

ସମ୍ବଲପୁର – ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଶନିବାର ସମ୍ବଲପୁରର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ( ଭିମସାର ) ଓ କୋଭିଡ ହସପିଟାଲ୍ ପରିଦର୍ଶନ କରିଥିଲେ ।

ସେ କୋଭିଡ ପରିସ୍ଥିତି ସମୀକ୍ଷା କରିବା ସହ କୋଭିଡ ହସପିଟାଲ ଓ ଆଇସୋଲେସନ ସେଂଟର ବ୍ୟବସ୍ଥାର ସୁଦୃଢୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର , ଆରଡିସି ନିରଂଜନ ସାହୁ, ଜିଲ୍ଲାପାଳ ଶୁଭମ ସକସେନା ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବଙ୍କ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ମଧ୍ୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

Comments are closed.