ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖା ୫୦ ହଜାର ପାର,ଗଂଜାମ ଜିଲ୍ଲାରେ ସୁସ୍ଥତା ହାର ୮୭ ପ୍ରତିଶତ , ବ୍ରହ୍ମପୁରରେ କଟକଣା କୋହଳ

ଭୁବନେଶ୍ୱର/ବ୍ରହ୍ମପୁର : କୋରୋନା ମୁକାବିଲା କ୍ଷେତ୍ରରେ ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି ଓଡିଶା । କୋରେ।।ନରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଦିଆଯାଇଥିବା ସୂଚନା ଅନୁସାରେ ରେକର୍ଡ ୧ ହଜାର ୯୨୭ ରୋଗୀ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଛି । ଶୁ୍‌କ୍ରବାର ଜାରି ତାଲିକାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୨୪୬ ଜଣ ସୁସ୍ଥ ହୋଇଥିବା ବେଳେ ଗଂଜାମରୁ ୧୯୦, ନୟାଗଡ ଜିଲ୍ଲାରୁ ୧୫୧, ରାୟଗଡା ଜିଲ୍ଲାରୁ ୧୪୬, ସୁନ୍ଦରଗଡରୁ ୧୦୮ ଓ କନ୍ଧମାଳରୁ ୧୦୧ ରୋଗୀ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୭୮ ଜଣ ସୁସ୍ଥ ହୋଇଛନ୍ତି । ଏ ଯାବତ ରାଜ୍ୟରେ ମୋଟ ୫୦ ହଜାର ୫ ଶହ ୫୩ ଜଣ ସୁସ୍ଥ ହୋଇସାରିଲେଣି ।

ଏଣେ ଗଂଜାମ ଜିଲ୍ଲାରେ କୋରୋନା ସ୍ଥିତିରେ ଉନ୍ନତି ହେବାରେ ଲାଗିଛି । ବ୍ରହ୍ମପୁର ସହରରେ ମଧ୍ୟ ସ୍ଥିତି ସୁଧୁରୁଥିବାରୁ ଏଣିକ ସୋମବାରରୁ ଶୁକ୍ରବାର କଟକଣା କୋହଳ କରିବାକୁ ନିଷ୍ପତି ନିଆଯାଇଛି । ଏଣିକି ସକାଳ ୫ଟାରୁ ସଂଧ୍ୟା ୮ଟା ଯାଏଁ ଦୋକାନ ବଜାର ଖୋଲା ରହିପାରିବ । ଆସନ୍ତା ସପ୍ତାହଠାରୁ ଏହା କାଯ୍ୟ ର୍କାରୀ ହେବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତି ସିଂହ ରାଠୋର ସୂଚନା ଦେଇଛନ୍ତି । ତେବେ, ସପ୍ତାହାନ୍ତ ସଟଡାଉନ ଜାରି ରହିବ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ଜିଲ୍ଲାରେ ମିଶନ ଜିରୋ ଆକ୍ଟିଭ କେସ୍ ଲକ୍ଷ୍ୟ ରଖାଯାଇଛି । ଗଂଜାମ ଜିଲ୍ଲାରେ ଏବେ ୧ ହଜାର ୯୩୫ ଆକ୍ଟିଭ କେସ ରହିଛି । ବ୍ରହ୍ମପୁରରେ ମାତ୍ର ୩୧୫ ଆକ୍ଟିଭ କେସ ରହିଛି । ଜିଲ୍ଲାରେ ସୁସ୍ଥତା ହାର ୮୭ ପ୍ରତିଶତ ରହିଥବା ଗଂଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାରେ ୪୨ ଜଣ ରୋଗୀଙ୍କୁ ପ୍ଲାଜମା ଦିଆଯାଇଛି ଓ ସେମାନେ ସମସ୍ତେ ସୁସ୍ଥ ଥିବା ଜିଲ୍ଲାପାଳ କହିଛନ୍ତି ।

Comments are closed.