୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର – ୭୫୪୦ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଏସଏସସି ୱେବସାଇଟରେ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞାପନ ପ୍ରକାଶ ପାଇଛି। ଡିସେମ୍ବର ୧୧ରୁ ଜାନୁଆରୀ ୯ ପର୍ଯ୍ଯନ୍ତ ଆବେଦନ ତାରିଖ ଧାର୍ଯ୍ଯ କରାଯାଇଛି। ଆଶାୟୀମାନେ ଅନଲାଇନରେ ଆବେଦନ କରିପାରିବେ।

୭,୫୪୦ ଶିକ୍ଷକ ପଦ ମଧ୍ୟରେ ଟିଜିଟି କଳା ବର୍ଗ ପାଇଁ ୧୯୭୦, ପିସିଏମ(ବିଜ୍ଞାନ) ପାଇଁ ୧୪୧୯, ସିବିଜେଡ୍(ବିଜ୍ଞାନ) ବର୍ଗ ପାଇଁ ୧୨୦୫ଟି ଶିକ୍ଷକ ପଦ ରହିଛି। ସେହିପରି ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ହିନ୍ଦୀ ପାଇଁ ୧ ହଜାର ୩୫୨, ସଂସ୍କୃତ ପାଇଁ ୭୨୩ , ତେଲୁଗୁ ପାଇଁ ୬, ପିଇଟି ପାଇଁ ୮୪୧ ଓ ଊର୍ଦ୍ଧୁ ଶିକ୍ଷକ ପଦ ପାଇଁ ୨୪ ଶିକ୍ଷକ ପଦ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି ।

ନୂଆ ନିଯୁକ୍ତି ପ୍ରକ୍ରିୟ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ-ଓଏସ ଏସସି ଦ୍ୱରା ତ୍ୱରାନ୍ୱିତ ହେବ।

ସୂଚନାଯୋଗ୍ୟ ଯେ, ବିଗତ ଦୁଇ ପର୍ଯ୍ୟାୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପରେ ମୁଖ୍ୟମନ୍ତ୍ରୀ ତୃତୀୟ ପର୍ଯ୍ୟାୟ ନିଯୁକ୍ତି ଲାଗି ପଦକ୍ଷେପ ଗ୍ରହଣ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୬୦୩୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬ ହଜାର ୮୯୧ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ତୃତୀୟ ପର୍ଯ୍ୟାୟରେ ୭୫୪୦ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।

Comments are closed.