ଆହୁରି ୨୪ରୁ ୪୮ ଘଣ୍ଟା ବର୍ଷା

ଭୁବନେଶ୍ୱର- ରାଜ୍ୟରେ ଏବେ ବର୍ଷାରୁ ନିସ୍ତାର ମିଳିବ ନାହିଁ । ଆଗାମୀ ୨୪ରୁ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ସାମାନ୍ୟ ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଉପକୂଳ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ଲାଗି ରହିବ ବର୍ଷା । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରଭାବ କମିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧା,ପୁରୀ,ଗଂଜାମ,ଗଜପତି,ମାଲକାନଗିରି,କୋରାପୁଟ,କେନ୍ଦ୍ରାପଡ଼ା,ଜଗତସିଂହପୁର ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ । ୪୮ ଘଣ୍ଟା ପରେ ପାଗରେ ପରିବର୍ତ୍ତନ ହେବ ।

Comments are closed.