ବାଲେଶ୍ୱରରେ କୋଭିଡ ପରିଚାଳନା ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଏକ କୋଭିଡ ହସପିଟାଲ୍

ବାଲେଶ୍ୱର – ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ବାଲେଶ୍ୱର ଗସ୍ତ କରି ଜିଲ୍ଲାରେ କୋଭିଡ ପରିଚାଳନା ସ୍ଥିତିର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ଯେ, ଜିଲ୍ଲାରେ ୧୦୦ ଶଯ୍ୟା ବିଶିଷ୍ଟ ଆଉ ଏକ କୋଭିଡ ହସପିଟାଲ୍ ପ୍ରତିଷ୍ଠା କରାଯିବ । ହସ୍ପିଟାଲ୍‌ରେ ଆଇସିୟୁ ଶଯ୍ୟା ଓ ୨ଟି ଅପରେସନ ଥିଏଟର ରହିବ ।

ହସପିଟାଲରେ ୧୦ ଜଣ ଅଧିକ ନର୍ସଙ୍କୁ ନିୟୋଜିତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ପ୍ରଫେସର ସି.ବି.କେ ମହାନ୍ତି ବି କୋଭିଡ ପରିଚାଳନା ସ୍ଥିତିର ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ।

Comments are closed.