ମଣିପୁର ଯିବେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସାଂସଦ

ନୂଆଦିଲ୍ଲୀ : ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସାଂସଦଙ୍କ ଏକ ଟିମ୍ ଖୁବ ଶୀଘ୍ର ମଣିପୁର ଗସ୍ତ କରିବେ। ସାଂସଦମାନଙ୍କର ଏହି ଟିମ୍ ଜୁଲାଇ ୨୯ ଓ ୩୦ ମଣିପୁର ଯିବେ। ଏହି ଦଳରେ ବିରୋଧୀ ଦଳର ୨୦ ଜଣ ସାଂସଦ ରହିବେ। ବିରୋଧୀଙ୍କ ଏହି ଟିମ୍ ମଣିପୁର ଯାଇ ତୃଣମୂଳ ସ୍ତରରେ ସ୍ଥିତି ଅନୁଧ୍ୟାନ କରିବେ |

ଗତ କିଛି ଦିନ ହେବ ବିରୋଧୀ ଦଳ ଦାବି କରିଆସୁଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଭୟ ସଂସଦରେ ବିବୃତ୍ତି ରଖନ୍ତୁ ବୋଲି ମଣିପୁର ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ଅଚଳାବସ୍ଥା ଜାରି ରହିଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ତଳେ ମଣିପୁର ଗସ୍ତରେ ଯାଇଥିଲେ।

ମେ ୨ ତାରିଖରୁ ମଣିପୁରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ରହିଛି। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଏହି ଭିଡିଓରେ ପୁରୁଷଙ୍କ ଭିଡ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Comments are closed.