ଭାରତରେ ଟିକାକରଣ ସଂଖ୍ୟା ୯୦ କୋଟି ଟପିଲା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେ଼ଇରେ ଭାରତ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି । କରୋନା ମାମଲା ହ୍ରାସ ପାଉଥିବା ବେଳେ ଭାରତରେ ଟିକାକରଣ ସଂଖ୍ୟା ୯୦ କୋଟି ଟପିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଶନିବାର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ।

ଜାନୁଆରୀ ୧୬ରୁ ଦେଶରେ ବିଶ୍ବର ସର୍ବ ବୃହତ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଏହି ଅଭିଯାନ ଏବେ ଦ୍ରୁତ ଗତିରେ ଚାଲିଛି।
ସମ୍ପ୍ରତି ଦେଶରେ ଚାଲିଥିବା ଟିକାକରଣରେ କୋଭିଶିଲ୍ଡ, କୋଭାକ୍ସିନ୍ ଏବଂ ସ୍ପୁଟ୍ନିକ୍-ଭି ଟିକା ବ୍ୟବହାର ହେଉଛି । ବର୍ତ୍ତମାନ କେବଳ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି | ଖୁବ୍ ଶୀଘ୍ର ଦେଶରେ ଛୋଟ ପିଲା ଏବଂ କିଶୋରଙ୍କୁ କରୋନା ଟିକା ଦିଆଯିବ ।

ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଥିଲା ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୬୯ ଲକ୍ଷ ୩୩ ହଜାର ୮୩୮ ଟିକା ଦିଆଯାଇଥିଲା। ଏବେ ଦୈନିକ ହାରାହାରି ୬୦ ଲକ୍ଷ ଟିକା ଦିଆଯାଉଛି। ମନ୍ତ୍ରଣାଳୟ କହିଛି ଯେ ଆଜି ସକାଳ ୭ଟା ପର୍ଯ୍ୟନ୍ତ ମୋଟ ୮୯ କୋଟି ୭୪ ଲକ୍ଷ ୮୧ ହଜାର ୫୫୪ କୋଭିଡ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ୨୫ ହଜାର ୪୫୫ ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ତିନି କୋଟି ୩୦ ଲକ୍ଷ ୬୮ ହଜାର ୫୯୯ ଲୋକ ସୁସ୍ଥ ହୋଇଯାଇଛନ୍ତି।

Comments are closed.