ରାଜ୍ୟମାନଙ୍କୁ ୯୭.୭୯ କୋଟିରୁ ଅଧିକ ଡୋଜ କରୋନା ଟିକା ଦିଆଯାଇଛି

ନୂଆଦିଲ୍ଲୀ: ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ୯୭.୭୯ କୋଟିରୁ ଅଧିକ ଡୋଜ କୋଭିଡ-୧୯ ଟିକା ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର କହିଛି ।
ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହିତ ୮.୪୩ କୋଟିରୁ ଅଧିକ ଡୋଜ ଉପଲବ୍ଧ ଯାହା ସେମାନେ ବ୍ୟବହାର କରିପାରିବେ।

ଟିକା ଉପଲବ୍ଧତା ବୃଦ୍ଧି ଯୋଗୁଁ ଟିକାକରଣ ଅଭିଯାନ ତ୍ୱରାନ୍ୱିତ ହୋଇଛି । ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ଟିକା ଉପଲବ୍ଧତା ବିଷୟରେ ଜାଣି ଭଲ ଯୋଜନା କରିପାରିବେ ଏବଂ ଟିକା ଯୋଗାଣ ଶୃଙ୍ଖଳା ମଧ୍ୟ ବ୍ୟବସ୍ଥାଗତ ହୋଇଛି |
ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମାଗଣା ଏବଂ ପ୍ରତ୍ୟକ୍ଷ କ୍ରୟ ବର୍ଗ ଅଧୀନରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୯୭.୭୯ କୋଟିରୁ ଅଧିକ ଡୋଜ ଟିକା ଯୋଗାଇ ଦିଆଯାଇଛି।

ମନ୍ତ୍ରଣାଳୟ କହିଛି ଯେ ଦେଶବ୍ୟାପୀ ଟୀକାକରଣ ଅଭିଯାନର ଏକ ଅଂଶ ଭାବରେ କେନ୍ଦ୍ର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ବିନା ମୂଲ୍ୟରେ ଟିକା ଯୋଗାଇ ସହାୟତା ଜାରି ରଖିଛି।

Comments are closed.