‘କାଶ୍ମୀରରେ ଆମ ସୈନିକଙ୍କୁ ହତ୍ୟା କରାଯାଉଛି, ମୋଦିଜୀ ଟି-୨୦ ମ୍ୟାଚ୍ ଖେଳିବେ’, ଭାରତ-ପାକିସ୍ତାନ ମ୍ୟାଚକୁ ଓୱାଇସିଙ୍କ ବିରୋଧ

ହାଇଦ୍ରାବାଦ: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଅଣକାଶ୍ମୀରୀ ଲୋକଙ୍କୁ ଆତଙ୍କବାଦୀମାନେ ଲଗାତାର ଟାର୍ଗେଟ କରୁଛନ୍ତି। ଏହା ମଧ୍ୟରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ ପଟେ ଜାମ୍ମୁ କାଶ୍ମୀରରେ ୯ ଜଣ ସାହସୀ ସୈନିକଙ୍କୁ ହତ୍ୟା କରିଦିଆଗଲା, ଅନ୍ୟପଟେ ଅକ୍ଟୋବର ୨୪ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ। ଏହାଛଡ଼ା ଓୱାଇସି କାଶ୍ମୀରରେ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧି ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଅସଦୁଦ୍ଦିନ ଓୱାଇସି କହିଛନ୍ତି, ‘ଆମେ ଭାରତ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛୁ ଯେ ଜାମ୍ମୁ କାଶ୍ମୀରରେ ୯ ଜଣ ସାହସୀ ସୈନିକ ସହିଦ୍ ହୋଇଗଲେ ଏବଂ ଅକ୍ଟୋବର ୨୪ ରେ ଭାରତ-ପାକିସ୍ତାନ ଟି-୨୦ ଖେଳାଯିବ। ମୋଦୀଜୀ, ଆପଣ କଣ କହିନଥିଲେ କି ଯେ ସେନା ମରୁଛନ୍ତି ଏବଂ ମନମୋହନ ସିଂଙ୍କ ସରକାର ପାକିସ୍ତାନୀ ନେତାଙ୍କୁ ବିରିୟାନି ଖାଇବାକୁ ଦେଉଛନ୍ତି। ଏବେ ସେନାର ୯ ସୈନିକ ପ୍ରାଣ ହରାଇଥିବା ବେଳେ, ଆପଣ ଟି-୨୦ ଖେଳିବେ ? ପାକିସ୍ତାନ କାଶ୍ମୀରରେ ଭାରତୀୟଙ୍କ ଜୀବନ ସହ ଟି-୨୦ ଖେଳୁଛି। ସେଠାରେ ବିହାରର ଗରିବ ଲୋକଙ୍କୁ ହତ୍ୟା କରାଯାଉଛି, ବାଛି ବାଛି ହତ୍ୟା କରୁଛନ୍ତି କାଶ୍ମୀରରେ ବୁଦ୍ଧିଜୀବୀ କ’ଣ କରୁଛନ୍ତି, ଅସ୍ତ୍ରଶସ୍ତ୍ର ଖୋଲା ଆସୁଛି ଏବଂ ତୁମେ ମ୍ୟାଚ୍ ଖେଳିବ | ଆତଙ୍କବାଦୀମାନେ ପାକିସ୍ତାନରୁ ଆସୁଛନ୍ତି।

ଅକ୍ଟୋବର ୧୧ରୁ ଜାମ୍ମୁର ପୁଞ୍ଚରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନର ଜାରି ରହିଛି । ଏହି ଅପରେସନ୍ ପାଇଁ ପୁଞ୍ଚକୁ ସୁରକ୍ଷା ବାହିନୀର ଅତିରିକ୍ତ ସୈନ୍ୟ ପଠାଯାଇଛି। ଏହି ଅପରେସନରେ ଏପର୍ଯ୍ୟନ୍ତ ଦୁଇ ଜେସିବି ସମେତ ଭାରତୀୟ ସେନାର ଯୁବକମାନେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ସେପଟେ ସେନା ମୁଖ୍ୟ ଏମଏମ ନରାଓ୍ବଣେ ସୋମବାର ରାଜୋରୀରେ ପହଞ୍ଚିଛନ୍ତି। ସେ ଆଜି ରାଜୋରୀ ଏବଂ ପୁଞ୍ଚରେ ସେନାର ଫରୱାର୍ଡ ପୋଷ୍ଟ ପରିଦର୍ଶନ କରିବେ |

Comments are closed.