ଭାରତରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ: ଭାରତରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ବନ୍ଦ କରି ଦିଆଯାଇଛି । ତେବେ ପାକିସ୍ତାନ ସରକାରଙ୍କ ଟ୍ୱିଟର ହ୍ୟାଣ୍ଡେଲ ବିରୋଧରେ କାହିଁକି ଏପରି ପଦକ୍ଷେପ ନିଆଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ପୂର୍ବରୁ ଜୁଲାଇରେ ମଧ୍ୟ ପାକିସ୍ତାନ ସରକାରଙ୍କ ଟ୍ବିଟର ଆକାଉଣ୍ଟକୁ ଭାରତରେ ବ୍ଲକ୍ କରାଯାଇଥିଲା । ପରେ କିନ୍ତୁ ତାହା ଉପରୁ କଟକଣା ହଟିଥିଲା ।

ଟ୍ୱିଟର କୌଣସି ଦେଶର କର୍ତ୍ତୃପକ୍ଷଙ୍କ ଅନୁରୋଧ ଅବା କୋର୍ଟ ଆଦେଶକୁ ଆଧାର କରି ସ୍ଥାନୀୟ ନିୟମ ଉଲ୍ଲଂଘନ ପାଇଁ ଆକାଉଣ୍ଟ ବ୍ଲକ୍ କରିଥାଏ | ନିକଟରେ ଭାରତ ସରକାରଙ୍କ ଦ୍ୱାରା ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଆକାଉଣ୍ଟକୁ ଟ୍ବିଟର ବନ୍ଦ କରିଥିଲା।

Comments are closed.