ବିଶ୍ବକପ୍ ଫାଇନାଲ ବେଳେ ପଡ଼ିଆ ଭିତରକୁ ପଶି ଆସିଲେ ପାଲେଷ୍ଟାଇନ ସମର୍ଥକ

ଅହମ୍ମଦାବାଦ: ଭାରତ ଓ‌ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତୀକ୍ଷିତ ବିଶ୍ବକପ୍ ଫାଇନାଲ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହୋଇଛି । ଟସ୍ ହାରି ବ୍ୟାଟିଂ କରୁଛି ଭାରତ। ତେବେ ଫାଇନାଲ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଭାରତୀୟ ଇନିଂସ୍ ବେଳେ ଜଣେ ପାଲେଷ୍ଟାଇନ ସମର୍ଥକ ପଡ଼ିଆ ଭିତରକୁ ପଶି ଆସିଥିଲେ । ଏଥିପାଇଁ ଖେଳ କିଛି ମିନିଟ୍ ବାଧାପ୍ରାପ୍ତ ହୋଇଥିଲା ।

ବ୍ୟକ୍ତି ଜଣକ ପିନ୍ଧିଥିବା ଟି-ସାର୍ଟରେ ‘ଫ୍ରି ପାଲେଷ୍ଟାଇନ’ ଓ ‘ଷ୍ଟପ୍ ବମ୍ବିଂ ପାଲେଷ୍ଟାଇନ’ ସ୍ଲୋଗାନ୍ ଲେଖାଥିବା ବେଳେ ସେ ହାତରେ ପାଲେଷ୍ଟିନୀୟ ପତାକା ଧରିଥିଲେ ‌। ବ୍ୟକ୍ତି ଜଣକ ଭାରତୀୟ ବ୍ୟାଟର୍ ବିରାଟ କୋହଲିଙ୍କ ସହ ଜବରଦସ୍ତି ହାତ ମିଳାଇବାକୁ ବି ଚେଷ୍ଟା କରିଥିଲେ । ପରେ ସୁରକ୍ଷାକର୍ମୀ ତାଙ୍କୁ କାବୁ କରି ଗ୍ରାଉଣ୍ଡ ବାହାରକୁ ନେଇଯାଇଥିଲା । ପୋଲିସ ସେହି ବ୍ୟକ୍ତିଙ୍କୁ ଅଟକ ରଖିଛି।
ଏହି ଘଟଣା ବେଳେ ଗ୍ରାଉଣ୍ଡରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଅନେକ ଭିଭିଆଇପି ଉପସ୍ଥିତ ଥିଲେ । ତେଣୁ ଏହା ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ବୋଲି ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମ୍ୟାଚ୍ ଦେଖିବାକୁ ଆସିବା କାର୍ଯ୍ୟକ୍ରମ ରହିଛି ।

Comments are closed.