ସର୍ବଦଳୀୟ ବୈଠକ ପରେ ଘୋଷଣା ହେବ ପଂଚାୟତ ନିର୍ବାଚନ ତାରିଖ

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ପାଇଁ ପ୍ରାଥମିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ତାରିଖ ଘୋଷଣା ବାକି ରହିଛି । ଆସନ୍ତାବର୍ଷ ଫେବ୍ରୁଆରୀ –ମାର୍ଚ୍ଚରେ ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ହେବା ସମ୍ଭାବନା ରହିଛି । ତେବେ, ନିର୍ବାଚନ ନେଇ ଖୁବ ଶୀଘ୍‌ର ସର୍ବଦଳୀୟ ବୈଠକ ବସିବ । ବୈଠକ ପରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତଥର ଅପେକ୍ଷା ଏଥର ଭୋଟରଙ୍କ ସଂଖ୍ୟା ବଢିଛି । ୱାର୍ଡ ସଂଖ୍ୟା କମିିଛି । ଏଥର ପଂଚାୟତ ନିର୍ବାଚନରେ ୨ କୋଟି ୬୩ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ବୋଲି ରବୀନ୍ଦ୍ର ସାହୁ କହିଛନ୍ତି ।

Comments are closed.