ପାରା ଆଥଲେଟ ଜୟନ୍ତୀ ବେହେରା ପାଇବେ ୨୦୧୯ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

ଭୁବନେଶ୍ୱର : ୨୦୧୯ ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଘୋଷିତ ହୋଇଛି । ପାରା ଆଥଲେଟ୍ ଜୟନ୍ତୀ ବେହେରା ୨୦୧୯ ପାଇଁ ଏହି ସମ୍ମାନଜନକ କ୍ରୀଡା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅଗଷ୍ଟ ୨୯ ତାରିଖ, ଜାତୀୟ କ୍ରୀଡା ଦିବସରେ ତାଙ୍କୁ ପୁରସ୍କାର ଦିଆଯିବ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଜୟନ୍ତୀ ୨୧ଟି ପଦକ ଜିତିଛନ୍ତି ।

Comments are closed.