କୃଷି ଆଇନକୁ ବିରୋଧ କରି ପଦ୍ମଭୂଷଣ ସମ୍ମାନ ଫେରାଇଲେ ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କୃଷି ଆଇନକୁ ବିରୋଧ ପୂର୍ବକ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ପଦ୍ମଭୂଷଣ ସମ୍ମାନ ଫେରାଇ ଦେଇଛନ୍ତି ।

ପ୍ରକାଶ ସିଂ ବାଦଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତିନି ପୃଷ୍ଠାର ଚିଠି ଲେଖି କୃଷି ଆଇନକୁ ବିରୋଧ କରିଛନ୍ତି । ସେ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ଏବଂ ପଦ୍ମଭୂଷଣ ସମ୍ମାନ ଫେରାଇବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

ପଦ୍ମଭୂଷଣ ସମ୍ମାନ ଫେରାଇବା ସହ ବାଦଲ ଲେଖିଛନ୍ତି, କୃଷକମାନଙ୍କ ପାଇଁ ତ୍ୟାଗ କରିବାକୁ ମୋ ପାଖରେ ଆଉ କିଛି ନାହିଁ । ମୁଁ ଆଜି ଯାହା ବି ହୋଇଛି ସବୁ ଚାଷୀ ମାନଙ୍କ ଯୋଗୁଁ । ଏଭଳି ସ୍ଥଳେ ଯଦି ଚାଷୀଙ୍କୁ ଅପମାନିତ କରାଯାଏ, ତେବେ କୌଣସିି ସମ୍ମାନ ରଖିବାର କିଛି ମୂଲ୍ୟ ନାହିଁ । ଚାଷୀଙ୍କ ପ୍ରତି ଯେଉଁଭଳି ପ୍ରତାରଣା ହୋଇଛି ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ବାଦଲ କହିଛନ୍ତି ।

Comments are closed.