ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିଥିବା ବିଜେପିର କିଛି ସାଂସଦଙ୍କ କେମିତି ରହିଛି ପ୍ରଦର୍ଶନ?

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଏହାର କିଛି ସାଂସଦ ଏବଂ ବଡ଼ ନେତାମାନଙ୍କୁ ମଇଦାନକୁ ଓହ୍ଲାଇଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ ମଧ୍ୟପ୍ରଦେଶରେ ବିଜେପି ପୂର୍ଣ୍ଣି ବହୁମତ ହାସଲ କରିବା ଦିଗରେ ଅଗ୍ରସର ହେଉଛି ‌। ରାଜ୍ୟର ୨୩୦ ଆସନ ମଧ୍ୟରୁ ବିଜେପି ୧୬୭ରେ ଅଗ୍ରଣୀ ରହି ପୁଣି ସରକାର ଗଢ଼ିବା ସ୍ପଷ୍ଟ ହୋଇଯାଇଛି ।

ମଧ୍ୟପ୍ରଦେଶରେ ବିଜେପି ଯେଉଁ ସାଂସଦ ତଥା ବଡ଼ ନେତାମାନଙ୍କୁ ପ୍ରାର୍ଥୀ କରିଥିଲା ସେମାନେ ଏପର୍ଯ୍ୟନ୍ତ ଟ୍ରେଣ୍ଡରେ କେମିତି ପ୍ରଦର୍ଶନ କରୁଛନ୍ତି ଆସନ୍ତୁ ଜାଣିବା..

ଦିମନି ଆସନ- ନରେନ୍ଦ୍ର ସିଂ ତୋମର ୧୨ ହଜାର ଭୋଟରେ ଆଗୁଆ ଅଛନ୍ତି।

ନରସିଂହପୁର ଆସନ- ପ୍ରହ୍ଲାଦ ସିଂ ପଟେଲ ୧୨ ହଜାର ଭୋଟରେ ଆଗୁଆ ।

ନିବାସ୍ ଆସନ- ଫଗନ୍ ସିଂ କୁଲାସ୍ତେ କଂଗ୍ରେସର ଚୈନ୍ ସିଂହଙ୍କ ଠାରୁ ୨୫ ହଜାର ଭୋଟରେ ପଛରେ ପଡ଼ିଛନ୍ତି।

ଇନ୍ଦୋର-୧ ଆସନ- ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଲାଶ ବିଜୟଭର୍ଗିୟ ୧୭ ହଜାର ଭୋଟରେ ଅଗ୍ରଣୀ।

ସିଦ୍ଧ ଆସନ- ବିଜେପିର ରିତି ପାଠକ ଏବଂ କଂଗ୍ରେସର ଜୟନ ସିଂଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି। ଖବର ଲେଖିବା ସମୟରେ ରିତି ଆଗୁଆ ଚାଲିଛନ୍ତି।

ସତନା ଆସନ- ବିଜେପିର ଗଣେଶ ସିଂହ ୫୮୦୦ ଭୋଟରେ ଅଗ୍ରଣୀ ଅଛନ୍ତି।

ଗଡରୱାରା ଆସନ- ବିଜେପି ପ୍ରାର୍ଥୀ ଉଦୟ ପ୍ରତାପ ସିଂ ୧୪ ହଜାର ଭୋଟ ସହ ଆଗୁଆ ଅଛନ୍ତି।

Comments are closed.