ମୋଦିଙ୍କ ଘୋଷଣା: ଜାନୁଆରୀ ୧୬କୁ ‘ଜାତୀୟ ଷ୍ଟାର୍ଟ ଅପ୍ ଦିବସ ‘ଭାବେ ପାଳନ କରାଯିବ

ନୂଆଦିଲ୍ଲୀ:ଦେଶରେ ଏଣିକି ଜାନୁଆରୀ ୧୬କୁ ‘ଜାତୀୟ ଷ୍ଟାର୍ଟ ଅପ୍ ଦିବସ ‘ ଭାବେ ପାଳନ କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କ ସହ କଥାବାର୍ତ୍ତା ସମୟରେ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ମୁଁ ଦେଶର ସେହି ସମସ୍ତ ଷ୍ଟାର୍ଟଅପ୍, ଏବଂ ଷ୍ଟାର୍ଟଅପ୍ ଦୁନିଆରେ ଭାରତର ଧ୍ଵଜା ଉଡାଉଥିବା ସମସ୍ତ ଇନୋଭେଟିବ୍ ଯୁବକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଷ୍ଟାର୍ଟଅପ୍ ର ଏହି ସଂସ୍କୃତି ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଜାନୁଆରୀ ୧୬କୁ ‘ନ୍ୟାସନାଲ ଷ୍ଟାର୍ଟଅପ୍ ଡେ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି |

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, “ସରକାରଙ୍କ ବିଭିନ୍ନ ବିଭାଗ, ମନ୍ତ୍ରଣାଳୟ, ଯୁବ ଏବଂ ଷ୍ଟାର୍ଟ-ଅପ୍ ସହିତ ଯୋଗାଯୋଗରେ ରୁହନ୍ତି | ସେମାନଙ୍କର ପରିକଳ୍ପନାକୁ ଉତ୍ସାହିତ କରନ୍ତି | ଅଧିକରୁ ଅଧିକ ଯୁବକଙ୍କୁ ଇନୋଭେସନ୍ ପାଇଁ ସୁଯୋଗ ଦେବା ସରକାରଙ୍କ ପ୍ରାଥମିକତା | ଇନୋଭେସନ୍ ସମ୍ବନ୍ଧରେ ଭାରତରେ ଚାଲିଥିବା ଏହି ଅଭିଯାନର ପ୍ରଭାବ ଯୋଗୁ ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସରେ ଭାରତର ମାନ୍ୟତାରେ ବହୁତ ଉନ୍ନତି ଘଟିଛି। ୨୦୧୫ରେ ଏହି ର଼୍ୟାଙ୍କିଙ୍ଗରେ ଭାରତ ୮୧ ନମ୍ବରରେ ଥିଲା | ବର୍ତ୍ତମାନ ଇନୋଭେସନ୍ ଇଣ୍ଡେକ୍ସରେ ଭାରତ ୪୬ ନମ୍ବରରେ ଅଛି | ଗତବର୍ଷ ଭାରତରେ ୪୬ ୟୁନିକର୍ଣ୍ଣ ସୃଷ୍ଟି ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

Comments are closed.