କେଜ୍ରିୱାଲଙ୍କୁ ଝଟକା, ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ମାମଲାରେ ରିଭ୍ୟୁ ପିଟିସନ ଖାରଜ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିଭ୍ୟୁ ପିଟିସନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଏହି ମାମଲାରେ ଶୁଣାଣି ଶେଷ ହେବା ପରେ ହାଇକୋର୍ଟ ସେପ୍ଟେମ୍ବର ୩୦ରେ ନିଜ ରାୟ ସଂରକ୍ଷିତ ରଖିଥିଲେ।

ଏହି ମାମଲାରେ ମାର୍ଚ୍ଚ ୩୧ରେ ଗୁଜରାଟ ହାଇକୋର୍ଟ ଦେଇଥିବା ଆଦେଶର ପୁନର୍ବିଚାର ପାଇଁ ଅରବିନ୍ଦ କେଜ୍ରିୱାଲ ଆବେଦନ କରିଥିଲେ ।

କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ପିଏମ ମୋଦୀଙ୍କ ଏମଏ ଡିଗ୍ରୀ ସମ୍ପର୍କରେ ସୂଚନା ଦେବାକୁ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ଚ୍ୟାଲେଞ୍ଜ କରି ଗୁଜରାଟ ବିଶ୍ଵବିଦ୍ୟାଳୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ସିଆଇସିଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଥିଲେ।

ମାର୍ଚ୍ଚରେ ଗୁଜରାଟ ହାଇକୋର୍ଟ ସିଆଇସି ଆଦେଶ ବିରୋଧରେ ଗୁଜରାଟ ବିଶ୍ୱବିଦ୍ୟାଳୟର ଆବେଦନକୁ ଗ୍ରହଣ କରିବା ସହ କେଜ୍ରିୱାଲଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ଲଗାଇଥିଲେ ।

Comments are closed.