କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅଞ୍ଚଳରେ ପୋଲିସ -ମାଓବାଦୀ ଗୁଳି ବିନିମୟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଆଜି ମାଓ ବିରୋଧୀ ଅପରେସନ ବେଳେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ ମାଓବାଦୀ । ପୋଲିସର ପାଲଟା ଗୁଳିଚାଳନାରେ ୩୦ରୁ ଅଧିକ ମାଓବାଦୀ କ୍ୟାମ୍ପ ଛାଡି ପଳାଇଥିବା ସୂଚନା ମିଳିଛି ।

ମାଓବାଦୀଙ୍କ କ୍ୟାମ୍ପରୁ ୨ଟି ଆଇଡି ଓ ଡିଟୋନେଟର ସହ ବହୁ ମାଓ ସାମଗ୍ରୀ ଜବତ ହୋଇଛି। ଫେରାର ଥିବା ମାଓବାଦୀଙ୍କ ତାଲିକାରେ ବହୁ କୁଖ୍ୟାତ ମାଓବାଦୀ ଥିବା ସନ୍ଦେହ କରାଯାଉଛି । ନିଖିଲ, ବଣ୍ଟି, ଦାରସୁ ଓ ମମତାଙ୍କ ଭଳି କୁଖ୍ୟାତ ମାଓ ନେତା ଫେରାର ହୋଇଯାଇଥିବା କୁହାଯାଇଛି । ସ୍ଥାନୀୟ ଅଞ୍ଚଳରେ ଅପରେସନକୁ ଜୋରଦାର କରିଛି ପୋଲିସ । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Comments are closed.