ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ: ଜଣେ ପୋଲିସ କର୍ମଚାରୀ ସହିଦ୍, ସିଆରପିଏଫ୍ ଯବାନ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆତଙ୍କୀ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏହି ଆକ୍ରମଣରେ ଅନ୍ୟ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଥିବା ସୂଚନା ରହିଛି। ପୁଲୱାମାର ପିଙ୍ଗଲାନାରେ ସୁରକ୍ଷାକର୍ମୀ ଓ ପୋଲିସର ମିଳିତ ପାଟ୍ରୋଲିଂ ଦଳ ଉପରକୁ ଆତଙ୍କବାଦୀମାନେ ହଠାତ୍ ଗୁଳି ଚଳାଇଥିଲେ।

ସର୍ଚ୍ଚ ଅପରେସନ ପାଇଁ ଉକ୍ତ ଅଞ୍ଚଳକୁ ଅତିରିକ୍ତ ସେନା ପଠାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ ଏହି ଅଞ୍ଚଳକୁ କର୍ଡନ କରାଯାଇଛି। କାଶ୍ମୀର ଜୋନ୍ ପୋଲିସ ଟୁଇଟ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇଛି। ଟୁଇଟ୍‌ରେ କୁହାଯାଇଛି ଯେ ଆତଙ୍କବାଦୀମାନେ ପୁଲୱାମାର ପିଙ୍ଗଲାନାଠାରେ ପୋଲିସ ଏବଂ ସିଆରପିଏଫ୍ ର ମିଳିତ ଦଳ ଉପରେ ଆକ୍ରମଣ କରିଥିଲେ।

ସୂଚନାଯୋଗ୍ୟ ଯେ ଏହି ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ଜାମ୍ମୁ କାଶ୍ମୀରର ଶୋପିଆନ୍ ଠାରେ ହୋଇଥିବା ଏନକାଉଣ୍ଟରରେ ଲଶ୍କର ତଇବାର ଜଣେ ଆତଙ୍କବାଦୀ ନିହତ ହୋଇଥିଲା।

Comments are closed.