ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରୁ ଆଇଇଡି ଜବତ କଲା ପୋଲିସ

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରେ ଏକ ପରିତ୍ୟକ୍ତ ବ୍ୟାଗ୍ ରୁ ବୋମା ଜବତ କରାଯାଇଛି । ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନାଙ୍କ ସୂଚନା ଅନୁଯାୟୀ ବ୍ୟାଗରେ ଆଇଇଡି ଥିଲା ଏବଂ ଏହାକୁ ନିଷ୍କ୍ରିୟ କରାଯାଇଛି ।

ଖବର ଅନୁଯାୟୀ, ଉକ୍ତ ବ୍ୟାଗ୍ ସମ୍ପର୍କରେ ଖବର ପାଇବା ପରେ ଦିଲ୍ଲୀ ପୋଲିସ ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟ ବୋମା ନିଷ୍କ୍ରିୟ ସ୍କ୍ବାଡ୍ ପଠାଇ ବୋମାକୁ ସତର୍କତାର ସହ ନଷ୍ଟ କରାଯାଇଥିଲା |

ବୋମା ଥିବା ବ୍ୟାଗକୁ କିଏ ଏଠାରେ ରଖିଥିଲା ଏବଂ ଏହା ପଛରେ କ’ଣ ଉଦ୍ଦେଶ୍ୟ ଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ଘଟଣାର ତଦନ୍ତ ଜାରି ରହିଛି। ଗଣତନ୍ତ୍ର ଦିବସ ପୂର୍ବରୁ ସନ୍ଦିଗ୍ଧ ବ୍ୟାଗରେ ଆଇଡି ମିଳିଥିବାରୁ ପୋଲିସ ପ୍ରଶାସନର ଚିନ୍ତା ବଢିଯାଇଛି ।

ସକାଳେ ପ୍ରାୟ ୧୦ଟା ୨୦ ମିନିଟରେ ବୋମା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ କର୍ମଚାରୀମାନେ ସମଗ୍ର ଅଞ୍ଚଳକୁ କର୍ଡନ କରି ବଜାରକୁ ଖାଲି କରିଥିଲେ। ପରେ ଏହାକୁ ଏକ ବଡ ଗାତରେ ବିସ୍ଫୋରଣ କରି ନିଷ୍କ୍ରିୟ କରାଯାଇଥିଲ । ପୋଲିସ ସହିତ ଏନଏସଜି ଏବଂ ଆଇବି ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ବ୍ୟାଗଟି କେଉଁଠୁ ଆସିଛି ଏବଂ କିଏ ଏହାକୁ ଏଠାରେ ରଖିଛି ସେନେଇ ପୋଲିସ ତଦନ୍ତ କରୁଛି।

Comments are closed.