ଫିଫା ବିଶ୍ୱକପ: ରୋନାଲ୍ଡୋଙ୍କ ବିନା ସ୍ବିଜରଲାଣ୍ଡକୁ ୬-୧ରେ ହରାଇ କ୍ବାର୍ଟରରେ ପର୍ତ୍ତୁଗାଲ, ପୂର୍ବତନ ଚାମ୍ପିୟନ ସ୍ପେନକୁ ବିଦାକଲା ମରକ୍କୋ | News Room Odisha

ଫିଫା ବିଶ୍ୱକପ: ରୋନାଲ୍ଡୋଙ୍କ ବିନା ସ୍ବିଜରଲାଣ୍ଡକୁ ୬-୧ରେ ହରାଇ କ୍ବାର୍ଟରରେ ପର୍ତ୍ତୁଗାଲ, ପୂର୍ବତନ ଚାମ୍ପିୟନ ସ୍ପେନକୁ ବିଦାକଲା ମରକ୍କୋ

ଦୋହା: ଫିଫା ବିଶ୍ୱକପର ଶେଷ ପ୍ରି-କ୍ବାର୍ଟରରେ ସ୍ୱିଜରଲ୍ୟାଣ୍ଡକୁ ୬-୧ରେ ପରାସ୍ତ କରି ପର୍ତ୍ତୁଗାଲ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । ପର୍ତ୍ତୁଗୀଜ୍ ଦଳ ୨୦୦୬ ପରେ କ୍ୱାର୍ଟରକୁ ଉନ୍ନୀତ ହୋଇଛି ।

ଏହି ମ୍ୟାଚ୍ ମଧ୍ୟ ଆଉ ଏକ କାରଣରୁ ଚର୍ଚ୍ଚିତ ହୋଇଥିଲା । ପର୍ତ୍ତୁଗାଲ୍ ଦଳ ଏହାର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଷ୍ଟାର୍ଟିଂ ଇଲେଭେନରେ ସାମିଲ କରିନଥିଲା। ତାଙ୍କ ସ୍ଥାନରେ ଉଦୀୟମାନ ଖେଳାଳି ଗୋଙ୍କାଲୋ ରାମୋସ ସ୍ଥାନ ପାଇଥିଲେ ଏବଂ ସେ ହ୍ୟାଟ୍ରିକ୍ ସ୍କୋର୍ କରିଥିଲେ।

ମ୍ୟାଚର ୭୨ ତମ ମିନିଟରେ ରୋନାଲ୍ଡୋ ଶେଷରେ ପଡ଼ିଆକୁ ଓହ୍ଲାଇଥିଲେ, କିନ୍ତୁ ସେତେବେଳକୁ ପର୍ତ୍ତୁଗାଲ ଏହି ମ୍ୟାଚକୁ ଏକପାଖିଆ କରି ସାରିଥିଲା।

କ୍ବାର୍ଟର ଫାଇନାଲରେ ପର୍ତ୍ତୁଗାଲର ମୁକାବିଲା ମରକ୍କୋ ସହ ହେବ ।

ଅନ୍ୟ ଏକ ପ୍ରି-କ୍ବାର୍ଟରରେ ମରକ୍କୋ ପୂର୍ବତନ ଚାମ୍ପିୟନ ସ୍ପେନକୁ ପେନାଲ୍ଟି ସୁଟ୍ ଆଉଟରେ ୩-୦ରେ ପରାସ୍ତ ପ୍ରଥମ ଥର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ।

ପ୍ରି-କ୍ୱାର୍ଟର ମ୍ୟାଚରେ ମରକ୍କୋ ପେନାଲ୍ଟି ସୁଟଆଉଟରେ ସ୍ପେନକୁ –-୧ରେ ପରାସ୍ତ କରିଛି।

ନିର୍ଦ୍ଧାରିତ ଏବଂ ଅତିରିକ୍ତ ସମୟ ପର୍ଯ୍ୟନ୍ତ ସ୍କୋର ୦-୦ ଥିଲା | ଏହା ପରେ ପେନାଲ୍ଟି ସୁଟଆଉଟ୍ ଦ୍ୱାରା ମ୍ୟାଚ୍ ଫଳାଫଳ ନିର୍ଣ୍ଣୟ ହୋଇଥିଲା।

ଉନ୍ନତ ପ୍ରଦର୍ଶନ ପ୍ରଦର୍ଶନ କରି ମରକ୍କୋ ଗୋଲକିପର ୟାସିନ ବୋନୋ ପେନାଲ୍ଟି ସୁଟଆଉଟ ସମୟରେ ସ୍ପେନକୁ ଗୋଟିଏ ବି ଗୋଲ୍ କରିବାକୁ ଦେଇନଥିଲେ। ଅନ୍ୟପକ୍ଷରେ ମରକ୍କୋ ପାଇଁ ଅବଦେଲହମିଦ ସାବୀର, ହାକିମ ଜିଚ ଏବଂ ଆଶ୍ରାଫ ହାକିମି ଗୋଲ ସ୍କୋର କରିଥିଲେ।

ପ୍ରଥମ ଥର ପାଇଁ ମରକ୍କୋ ଦଳ ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପହଞ୍ଚିଛି। ସ୍ପେନ ୨୦୧୦ରେ ବିଶ୍ୱକପ ଟାଇଟଲ ଜିତିଥିଲା।