ବ୍ରହ୍ମପୁର- ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅର୍ଥ କେଳେଙ୍କାରୀ ମାମଲାରେ ସଂପୃକ୍ତି ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ଜମି ଦୁର୍ନୀତରେ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଅଭିଯୋଗରେ ବେଙ୍ଗଳୁରୁରେ ବ୍ରହ୍ମପୁର ଭିଜିଲାନ୍ସ ଟିମ ଖୋଳତାଡ କରିଛି । ବ୍ରହ୍ମପୁରର କୋର୍ଟପେଟା ଅଂଚଳରେ ଥିବା ଜମିକୁ ନେଇ ଖୋଳତାଡ କରାଯାଇଛି । କୋର୍ଟପେଟାରେ ଥିବା ଜମିକୁ ପ୍ରଦୀପ ଶାଗମାଛ ଦରରେ କିଣିଥିବା ସୂଚନା ମିଳିଛି ।
Comments are closed.