ଭାରତୀୟ ନୌସେନା ଧ୍ବଜାର ନୂଆ ଡିଜାଇନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ନୌସେନା ଧ୍ବଜାର ନୂଆ ଡିଜାଇନକୁ ଅନୁମୋଦନ କରିଛନ୍ତି।

ଡିସେମ୍ବର ୪ରେ ନୌସେନା ଦିବସ ଅବସରରେ ବିଶାଖାପାଟଣାରେ ନୂଆ ଧ୍ଵଜାର ଅନାବରଣ ହୋଇଥିଲା। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ନୌସେନା ଧ୍ବଜାର ପୁରୁଣା ଡିଜାଇନ୍ ୬ ସେପ୍ଟେମ୍ବର ୨୦୧୭ରେ ଦାଖଲ କରାଯାଇଥିଲା।

ବିବୃତ୍ତିରେ କୁହାଯାଇଛି, ଉପନିବେଶ ଅତୀତକୁ ପଛରେ ପକାଇବା ପାଇଁ ଜାତୀୟ ସ୍ତରୀୟ ପ୍ରୟାସ ଅନୁରୂପ ଇତିହାସରୁ ପ୍ରେରଣା ହାସଲ କରି ଏକ ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଇଛି ।

Comments are closed.