ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲା ମୋତିଆବିନ୍ଦୁ ଅପରେସନ

ନୂଆଦିଲ୍ଲୀ: ସେନା ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରବିବାର ମୋତିଆବିନ୍ଦୁ ଅପରେସନ୍ ହୋଇଛି। ରାଷ୍ଟ୍ରପତି ଭବନର ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି।

ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ମୋତିଆବିନ୍ଦୁ ଅପରେସନ୍ ସଫଳ ହୋଇଛି ଏବଂ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

ଷାଠିଏ ବର୍ଷୀୟା ମୁର୍ମୁ ୨୫ ଜୁଲାଇ ୨୦୨୨ରେ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ପଦ ଅଳଙ୍କୃତ କରିବାରେ ମୁର୍ମୁ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ।

Comments are closed.