ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟ୍ବିଟ୍ କରି ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ୨୦୨୩ ବର୍ଷ ଆମ ଜୀବନରେ ନୂତନ ପ୍ରେରଣା, ଲକ୍ଷ୍ୟ ଏବଂ ସଫଳତା ଆଣୁ | ଆସନ୍ତୁ ଆମେ ଦେଶର ଏକତା, ଅଖଣ୍ଡତା ଏବଂ ସମାବେଶୀ ବିକାଶରେ ନିଜକୁ ପୁନଃ ସମର୍ପିତ କରିବାକୁ ସଂକଳ୍ପ କରିବା। ”

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି, ନୂଆବର୍ଷ ଆଶା, ସୁଖ ଏବଂ ସଫଳତା ଭରା ହେଉ | ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୁଅନ୍ତୁ |

ଭରତ ଯୋଡୋ ଯାତ୍ରା ସହ ଜଡିତ କିଛି ଚିତ୍ରର ଭିଡିଓ ସେୟାର କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ କରି ଦେଶବାସୀଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଆଶା କରୁଛି ୨୦୨୩ ମସିହାରେ ପ୍ରତ୍ୟେକ ଗଳି, ଗ୍ରାମ, ସହରରେ ପ୍ରେମର ଦୋକାନ ଖୋଲିବ। ଆପଣ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଉଛି।

Comments are closed.