ସୁଦାନ ସଙ୍କଟ: ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁଦାନରେ ଚାଲିଥିବା ଗୃହଯୁଦ୍ଧ ଯୋଗୁଁ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ସୁଦାନ ସ୍ଥିତି ଉପରେ ନଜର ରଖିବା ସହ ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି। ସୁଦାନରେ ଫସିଥିବା ଭାରତୀୟଙ୍କ ସ୍ଥାନାନ୍ତର ପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀ ମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ସୁଦାନ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ କରିଥିବା ଉଚ୍ଚ ସ୍ତରୀୟ ବୈଠକରେ ବରିଷ୍ଠ କୂଟନୀତିଜ୍ଞଙ୍କ ବ୍ୟତୀତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବାୟୁସେନା ଏବଂ ନୌସେନା ମୁଖ୍ୟ, ବୈଦେଶିକ ବ୍ୟାପାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଜୟଶଙ୍କର ବର୍ତ୍ତମାନ ଗାଏନା ଗସ୍ତରେ ଅଛନ୍ତି।

ସୁଦାନରେ ପ୍ରାୟ ୩୦୦୦ରୁ ଅଧିକ ଭାରତୀୟ ଫସି ରହିଛନ୍ତି। ରାଜଧାନୀ ଖାର୍ତୁମରେ ସଂଘର୍ଷ ଯୋଗୁଁ ସେମାନଙ୍କୁ ସ୍ଥାନାନ୍ତର କରିବାରେ ଅସୁବିଧା ହେଉଛି | ସୁଦାନ ଗଋହଯଉଦ୍ଧରଏ ଏଯାବତ୍ ଜଣେ ଭାରତୀୟଙ୍କ ସହ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

Comments are closed.