ଓଏସଏସସିରେ ନୂଆ ସଦସ୍ୟ

ଭୁବନେଶ୍ବର: ଓଡିଶା ଷ୍ଟାଫ୍ ସିଲେକସନ କମିଶନର ନୂଆ ସଦସ୍ୟ ଭାବେ ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଫେସର ଲେଙ୍କା ନର୍ଥ ଓଡିଶା ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପୂର୍ବତନ ମୁଖ୍ୟ ଥିଲେ । ପ୍ରଫେସର ଲେଙ୍କା, ଇଂଡଷ୍ଟ୍ରିଆଲ୍ ଇକୋନୋମିକ୍ସ, ଇକୋନୋମିଟ୍ରିକ୍ସ, ଇନଷ୍ଟିଚ୍ୟୁସନାଲ୍ ଫାଇନାନ୍ସ, ରିଜିଓନାଲ ଇକୋନୋମିକ୍ସ ଓ ଏନଭୟର୍ନମେଂଟାଲ ଇକୋନୋମିକ୍ସରେ ବିଶେଷ ଦକ୍ଷତା ରଖନ୍ତି । ପ୍ରଫେସର ଲେଙ୍କାଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.