ପିଟି ଉଷା, ଇଲୟାରାଜା ରାଜ୍ୟସଭାକୁ ମନୋନୀତ

ନୂଆଦିଲ୍ଲୀ : ମହାନ ଆଥଲେଟ୍ ପିଟି ଉଷା ଏବଂ କିମ୍ବଦନ୍ତୀ ସଂଗୀତକାର ଇଲୟାରାଜାଙ୍କୁ ବୁଧବାର ରାଜ୍ୟସଭାକୁ ମନୋନୀତ କରାଯାଇଛି । ଏହାଛଡା ସାମଜସେବୀ ତଥା ଧର୍ମଶାଳା ମନ୍ଦିରର ପ୍ରଶାସକ ବିରେନ୍ଦ୍ର ହେଗଡେ ଏବଂ ବିଖ୍ୟାତ ସ୍କ୍ରିପ୍ଟ ଲେଖକ ତଥା ନିର୍ଦ୍ଦେଶକ ଭି.ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ଏହି ସବୁ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

Comments are closed.