ଶପଥ ନେବାର ଦିନକ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଦୁର୍ନୀତି ବିରୋଧରେ ଅଭିଯୋଗ ପାଇଁ ନିଜ ହ୍ବାଟସ୍ଆପ ନମ୍ବର ଜାରି କରିବେ

ଚଣ୍ଡିଗଡ଼: ଶପଥ ନେବାର ଦିନକ ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ଦୁର୍ନୀତି ରୋକିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମାନ୍ ଆଜି ଘୋଷଣା କରି କହିଛନ୍ତି ଯେ ଭଗତ ସିଂହଙ୍କ ଶହୀଦ ଦିବସରେ ଏକ ଦୁର୍ନୀତି ନିବାରଣ ହେଲ୍ପଲାଇନ ନମ୍ବର ଜାରି କରାଯିବ। ପଞ୍ଜାବର ଲୋକମାନେ ହ୍ବାଟସଆପ୍ ରେ ଦୁର୍ନୀତି ଅଭିଯୋଗ ପଠାଇବାକୁ ସମର୍ଥ ହେବେ। ସେ ଟ୍ବିଟ୍ କରି କହିଛନ୍ତି ଯେ ଏହା ମୋର ବ୍ୟକ୍ତିଗତ ହ୍ବାଟସ୍ଆପ ନମ୍ବର । ଯଦି କେହି ଆପଣଙ୍କୁ ଲାଞ୍ଚ ମାଗନ୍ତି, ତେବେ ଏହାର ଏକ ଭିଡିଓ / ଅଡିଓ ରେକର୍ଡିଂ କରନ୍ତୁ ଏବଂ ଏହାକୁ ମୋ ପାଖକୁ ପଠାନ୍ତୁ | ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭଗତ ସିଂହଙ୍କ ଶହୀଦ ଦିବସ ମାର୍ଚ୍ଚ ୨୩ରେ ଏହି ହେଲ୍ପଲାଇନ ନମ୍ୱର ଜାରି କରାଯିବ ବୋଲି ମାନ୍ କହିଛନ୍ତି। ୯୯% ଲୋକ ସଚ୍ଚୋଟ, କେବଳ ୧% ଲୋକଙ୍କ ପାଇଁ ସିଷ୍ଟମ ଖରାପ ହୋଇଥାଏ। ସେ କହିଥିଲେ, ମୁଁ ସର୍ବଦା ସଚ୍ଚୋଟ ଅଧିକାରୀଙ୍କ ସହ ଛିଡା ହୁଏ। ବର୍ତ୍ତମାନ ପଞ୍ଜାବରେ ବଟି ଆଦାୟ ବନ୍ଦ ହେବ | ବାଟି ଆଦାୟ ପାଇଁ କୌଣସି ନେତା କୌଣସି ଅଧିକାରୀଙ୍କୁ ହଇରାଣ କରିବେ ନାହିଁ |

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପଞ୍ଜାବରେ ଦୁର୍ନୀତି ଆଉ ଚଳିବ ନାହିଁ।

ଏହି ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାନ୍ ଟ୍ବିଟ୍ କରି କହିଥିଲେ, “ପଞ୍ଜାବର ଲୋକଙ୍କ ହିତ ପାଇଁ ଆଜି ଏକ ବଡ଼ ନିଷ୍ପତ୍ତି ନିଆଯିବ। ପଞ୍ଜାବ ଇତିହାସରେ କେହି ଆଜି ପର୍ଯ୍ୟନ୍ତ ଏପରି ନିଷ୍ପତ୍ତି ନେଇ ନଥିବେ । ମୁଁ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରିବି |

ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍) ର ବିପୁଳ ବିଜୟ ପରେ ଭଗଓ୍ବନ୍ତ ମାନ ବୁଧବାର ଭଗତ ସିଂହଙ୍କ ପୈତୃକ ଗାଁ ଖଟକର କଲାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

<blockquote class=”twitter-tweet”><p lang=”hi” dir=”ltr”>भगत सिंह जी के शहीदी दिवस पर, हम anti-corruption हेल्पलाइन नम्बर जारी करेंगे। वो मेरा पर्सनल वॉट्सऐप नंबर होगा। अगर आपसे कोई भी रिश्वत मांगे, उसकी वीडियो/ऑडियो रिकॉर्डिंग करके मुझे भेज देना। भ्रष्टाचारियों के ख़िलाफ़ सख्त एक्शन लिया जाएगा। <br><br>पंजाब में अब भ्रष्टाचार नहीं चलेगा।</p>&mdash; Bhagwant Mann (@BhagwantMann) <a href=”https://twitter.com/BhagwantMann/status/1504400986135097344?ref_src=twsrc%5Etfw”>March 17, 2022</a></blockquote> <script async src=”https://platform.twitter.com/widgets.js” charset=”utf-8″></script>

Comments are closed.