୮ ନୌସେନା କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଭାରତର ଆବେଦନ ଗ୍ରହଣ କଲେ କତାର କୋର୍ଟ | News Room Odisha

୮ ନୌସେନା କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଭାରତର ଆବେଦନ ଗ୍ରହଣ କଲେ କତାର କୋର୍ଟ

ନୂଆଦିଲ୍ଲୀ: କାତାରରେ ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଭାରତ ସରକାରଙ୍କ ଆବେଦନକୁ କତାର କୋର୍ଟ ଗ୍ରହଣ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମାମଲାର ଶୁଣାଣି ତାରିଖ ମଧ୍ୟ ଖୁବ ଶୀଘ୍ର ଧାର୍ଯ୍ୟ ହେବ। ପ୍ରାୟ ୧୫ ଦିନ ତଳେ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଭାରତ ସରକାର ଆବେଦନ କରିଥିଲେ।

ଅକ୍ଟୋବର ୨୬ରେ କତାରର ଏକ କୋର୍ଟ ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଇସ୍ରାଏଲ ପାଇଁ ଗୁପ୍ତଚର ଅଭିଯୋଗରେ ମୃତ୍ୟୁଦଣ୍ଡ ଦେଇଥିଲେ । ତେବେ କତାର ଏପର୍ଯ୍ୟନ୍ତ ଏହି ଅଭିଯୋଗକୁ ସାର୍ବଜନୀନ କରି ନାହିଁ। ଅକ୍ଟୋବର ୩୦ରେ ଏହି ୮ ନୌସେନା କର୍ମଚାରୀଙ୍କ ପରିବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିଥିଲେ। ସୂଚନାନୁସାରେ, କତାରକୁ ମନାଇବା ପାଇଁ ଭାରତ ତୁର୍କୀର ସାହାଯ୍ୟ ନେଉଛି।