ଆଇପିଏଲ ଇତିହାସରେ ରବାଡାଙ୍କ ବୋଲିଂ ରେକର୍ଡ

ଆବୁଧାବି – ଆଇପିଏଲ୍ ଇତିହାସରେ ବୋଲର କାଗିସୋ ରବାଡାଙ୍କ ବିରଳ ରେକର୍ଡ । ରବାଡାଙ୍କ ଟିମ୍ ଦିଲ୍ଲୀ କ୍ୟାପିଟାଲସ, ସନରାଇଜର୍ସ ହାଇଦ୍ରାବାଦଠାରୁ ହାରିଥିଲେ ମଧ୍ୟ ସେ ଏକ ବିରଳ ବୋଲିଂ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଏହି ମ୍ୟାଚରେ ରବାଡା ୪ ଓଭର ବୋଲିଂ କରି ୨୧ ରନ୍ ବିନିମୟରେ ୨ଟି ୱିକେଟ୍ ନେଇଥିଲେ । ଏଥିସହ ରବାଡା ଆଇପିଏଲ ଇତିହାସରେ ପ୍ରଥମ ବୋଲର ହୋଇଛନ୍ତି , ଯିଏ କି ଲଗାତର ୧୦ଟି ମ୍ୟାଚରେ ଦୁଇ ବା ଅଧିକ ୱିକେଟ ନେଇଛନ୍ତି । ଏହି ସିଜନରେ ରବାଡା ଏ ପର୍ଯ୍ୟନ୍ତ ଅଧିକ ୱିକେଟ ନେଇ ପର୍ପଲ୍ କ୍ୟାପର୍ ଅଧିକାରୀ ହୋଇଛନ୍ତି ।

Comments are closed.