ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଭିଡିଓ ଭାଇରାଲ୍ | News Room Odisha

ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଭିଡିଓ ଭାଇରାଲ୍

ବ୍ରହ୍ମପୁର: ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରେ ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ ଅନ୍ୟ କିଛି ଛାତ୍ରଛାତ୍ରୀ ମିଶି ଖୋଲା ପଡ଼ିଆରେ ରାଗିଂ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ୍ ହେବା ପରେ ବଡ଼ବଜାର ଥାନା ପୋଲିସ ସମ୍ପୃକ୍ତ ଛାତ୍ରଙ୍କୁ ଅଟକ ରଖିଛି। ଛାତ୍ର ଜଣକ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓରେ ପରିଲକ୍ଷିତ ହେଉଛି। ସମ୍ପୃକ୍ତ ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଜଣେ ଛାତ୍ରୀଙ୍କୁ ବାରମ୍ବାର ଆଇ ଲଭ୍ ୟୁ କହିବା ଏବଂ ଚୁମ୍ବନ ଦେବାକୁ ବାଧ୍ୟ କରୁଥିବା ଓ ମାରପିଟ କରିବାକୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ଏନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ।