ଅଶ୍ଳୀଳ ଫିଲ୍ମ ମାମଲା: ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ମୁମ୍ବାଇର ଏକ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଖବର ଅନୁଯାୟୀ, କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି।

ଫେବୃଆରୀ ୨୦୨୧ରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ନିକଟରେ କୁନ୍ଦ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଜୁଲାଇରେ ତାଙ୍କୁ ଗିରଫ କରାଯାଇଥିଲା।ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସମ୍ପୃକ୍ତି ନେଇ ପର୍ଯ୍ୟାପ୍ତ ପ୍ରମାଣ ଅଛି ବୋଲି ପୋଲିସ ଦାବି କରିଛି।

ଚଳିତ ବର୍ଷ ଫେବୃଆରୀରେ ମୁମ୍ବାଇ ପୋଲିସ୍ ଟିମ୍ ମଡ୍ ରେ ଥିବା ଗ୍ରୀନ୍ ପାର୍କ ବଙ୍ଗଳା ଉପରେ ଚଢାଉ କରିଥିଲା। ସେଠାରେ ଅଶ୍ଳୀଳ ଫିଲ୍ମ ସୁଟିଂ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏହି ପଦକ୍ଷେପ ନେଇଥିଲା। ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା ​​। ଉକ୍ତ ବଙ୍ଗଳାରୁ ଜଣେ ଯୁବତୀକୁ ମଧ୍ୟ ଉଦ୍ଧାର କରି ମୁକ୍ତ କରିଥିଲା । ଗିରଫ ହୋଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ ଦୁଇ ଅଭିନେତା ଏବଂ ଦୁଇ ଯୁବତୀ ମଧ୍ୟ ଥିଲେ।

ରାଜ କୁନ୍ଦ୍ରା ହେଉଛନ୍ତି ଫିଲ୍ମ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ।

Comments are closed.