ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ରଜନୀକାନ୍ତ, ଫଟୋ ଭାଇରାଲ

ଲକ୍ଷ୍ନୌ: ସୁପରଷ୍ଟାର ରଜନୀକାନ୍ତ ଲକ୍ଷ୍ନୌରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଯୋଗୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ରଜନୀକାନ୍ତ ତାଙ୍କ ପାଦ ଛୁଇଁ ସିଏମ ଯୋଗୀଙ୍କ ଆଶୀର୍ବାଦ ନେଇଥିଲେ । ଏହି ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୁପରଷ୍ଟାର ରଜନୀକାନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି । ସେ ଅଗଷ୍ଟ ୨୦ ପର୍ଯ୍ୟନ୍ତ ୟୁପିରେ ରହିବେ | ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ସହ ରଜନୀକାନ୍ତ ତାଙ୍କ ସଦ୍ୟତମ ମୁକ୍ତିଲାଭ କରିଥିବା ଫିଲ୍ମ ‘ଜେଲର’ ଦେଖିବେ ।

ରଜନୀକାନ୍ତ ବୟସରେ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ପ୍ରାୟ ୨୦ ବର୍ଷ ବଡ଼ । କିନ୍ତୁ ଏହା ସତ୍ତ୍ୱେ ଏହି କିମ୍ବଦନ୍ତୀ ଅଭିନେତା ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ତାଙ୍କୁ ଜଣେ ସନ୍ଥ ଭାବି ଆଶୀର୍ବାଦ ନେଇଥିଲେ। ଯୋଗୀ ଆଦିତ୍ୟନାଥ ମଧ୍ୟ ରଜନୀକାନ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ଉପରେ ଲୋକଙ୍କ ପ୍ରତିକ୍ରିୟା ବି ଆସିବାରେ ଲାଗିଛି ।

ନଭଲକାନ୍ତ ସିହ୍ନା ନାମକ ଜଣେ ୟୁଜର ଲେଖିଛନ୍ତି, ‘ସିଏମ୍ ଯୋଗୀ ଆଦିତ୍ୟନାଥ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କଠାରୁ ୨୦ ବର୍ଷ ସାନ କିନ୍ତୁ ସେ ମଧ୍ୟ ଜଣେ ପୀଠାଧିଶ୍ୱର। ରଜନୀକାନ୍ତ ଜଣେ ହିନ୍ଦୁ ଏବଂ ଦକ୍ଷିଣର ଜଣେ କଳାକାର, ଯେଉଁଠି ସାଂସ୍କୃତିକ ରୀତିନୀତିକୁ ସମ୍ମାନ ଦିଆଯାଏ | ସେଥିପାଇଁ ସେ ଯୋଗୀଙ୍କ ପାଦ ଛୁଇଁଲେ। ଏହା ବଲିଉଡର ଲୋକମାନେ ଖରାପ ଲାଗିପାରେ।’ ‘

ଅନ୍ୟ ଜଣେ ୟୁଜର ଲେଖିଛନ୍ତି,’ ବର୍ତ୍ତମାନ ପର୍ଯ୍ୟନ୍ତ ସିଏମ୍ ଯୋଗୀଙ୍କ ସହ ବଡ଼ ଷ୍ଟାରଙ୍କ ଫଟୋ ଦେଖିଛି କିନ୍ତୁ ଏହି ସୁପରଷ୍ଟାର ହୃଦୟ ଜିତିଛନ୍ତି। ‘

ଅନ୍ୟ ଜଣେ ଲୋକ ଲେଖିଛନ୍ତି, “ରଜନୀକାନ୍ତ ବୟସରେ ବଡ଼ ତେଣୁ ସେ ଯୋଗୀଙ୍କ ପାଦ ଛୁଇଁବାର ଆବଶ୍ୟକତା ନଥିଲା । ଅନ୍ତତଃ ପକ୍ଷେ ତାଙ୍କ ବୟସକୁ ସେ ମନେ ରଖିବା ଉଚିତ୍।”

ଆଉ ଜଣେ ୟୁଜର ଲେଖିଛନ୍ତି, ସମ୍ମାନ ଦେବା ଠିକ୍ କିନ୍ତୁ ପାଦ ଛୁଇଁବା ଠିକ୍ ନଥିଲା। ଆଉ ଜଣେ ଲେଖିଛନ୍ତି, ସେ ଜଣେ ଆଧ୍ୟାତ୍ମିକ ବିଶ୍ୱାସର ବ୍ୟକ୍ତି, ମୁଁ ଭାବୁନି ଯେ ରଜନୀକାନ୍ତ କିଛି ଭୁଲ କରିଛନ୍ତି। ଯଦି ଆମେ କାହାଠାରୁ ଆଶୀର୍ବାଦ ନେବାକୁ ଚାହୁଁ… ଏହା ଆମର ଇଚ୍ଛା |

ରଜନୀକାନ୍ତଙ୍କ ଲାଟେଷ୍ଟ ଫିଲ୍ମ ‘ଜେଲର’ ନିକଟରେ ରିଲିଜ୍ ହୋଇଛି । ବକ୍ସ ଅଫିସରେ ମଧ୍ୟ ତାଙ୍କର ଏହି ଫିଲ୍ମ ଭଲ ବ୍ୟବସାୟ କରୁଛି । ଲକ୍ଷ୍ନୌରେ ପହଞ୍ଚିବା ପରେ ରଜନୀକାନ୍ତ ୟୁପି ଉପମୁଖ୍ୟମନ୍ତ୍ରୀ ସହ ଏହି ଫିଲ୍ମ ଦେଖିଥିଲେ। ସେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କୁ ମଧ୍ୟ ଭେଟିଥିଲେ। ପରେ ସେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ରଜନୀକାନ୍ତଙ୍କ ସାକ୍ଷାତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରଜନୀକାନ୍ତ ଅଯୋଧ୍ୟା ଯିବା କାର୍ଯ୍ୟକ୍ରମ ବି ରହିଛି।

Comments are closed.