ରାଜ୍ୟସଭାରେ ବି ପାରିତ ହେଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନର ଚତୁର୍ଥ ଦିନରେ ଗୁରୁବାର ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଲ୍) ସର୍ବସମ୍ମତି କ୍ରମେ ରାଜ୍ୟସଭାରେ ପାରିତ ହୋଇଯାଇଛି। ଏହି ବିଲ୍ ବିରୋଧରେ କେହି ଭୋଟ୍ ଦେଇନଥିଲେ । ଗୃହରେ ଉପସ୍ଥିତ ଥିବା ସମସ୍ତ ୨୧୫ ସାଂସଦ ଏହି ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି। ବର୍ତ୍ତମାନ ଏହି ବିଲ୍ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ | ଗତକାଲି (ବୁଧବାର) ଲୋକସଭାରେ ଏହି ବିଲ୍ ଗୃହୀତ ହୋଇଥିଲା। ଏହି ବିଲ୍ ଆଇନରେ ପରିଣତ ହେଲେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାମାନେ ପାଇଁ ୩୩% ସଂରକ୍ଷଣ ପାଇବେ।

Comments are closed.