ଇତିହାସ ରଚିଲା ରଂଗେଇଲୁଣ୍ଡା ବ୍ଲକ, ପ୍ରଥମ ଥର ପାଇଁ ନିର୍ବିରୋଧରେ ନିର୍ବାଚିତ ହେଲେ ବ୍ଲକ ଅଧ୍ୟକ୍ଷ

ଗୋପାଳପୁର- ଇତିହାସ ରଚିଲା ଗୋପାଳପୁର ରଂଗେଇଲୁଣ୍ଡା ବ୍ଲକ । ପ୍ରଥମ ଥର ପାଇଁ ବ୍ଲକ ଅଧ୍ୟକ୍ଷ ଏଠାରେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି ।ଅଧ୍ୟକ୍ଷା ଭାବେ ଉଷାରାଣୀ ଲଗାତର ଦ୍ୱିତୀୟ ଥର ନିର୍ବାଚିତ ହୋଇଛନ୍ତି । ଗୋପାଳପୁର ବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ସ‍ଂପୂଣ୍ଣ ଆସ୍ଥା ପ୍ରକଟ କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସବୁ ୪ଟି ଯାକ ଜିଲ୍ଲା ପରିଷଦ ବିଜେଡ଼ି ପାଖକୁ ପ୍ରଥମ ଥର ପାଇଁ ଆସିଛି ।

ସଦ୍ୟ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ବିଜେଡିର ପ୍ରାଧାନ୍ୟ ବଜାୟ ରହିଛି । ବରଂ ଏଥର ଦଳ ଗତଥରଠୁ ଆହୁରି ଭଲ ପ୍ରଦର୍ଶନ କରି ୩ଟି ଜିଲ୍ଲା ପରିଷଦ ଆସନ ଅଧିକ ଜିତିଛି । ଜିଲ୍ଲାର ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବି ଦଳର ପ୍ରଦର୍ଶନ ଐତିହାସିକ ରହିଛି । ଜନବିରୋଧୀ କାର୍ଯ୍ୟକଳାପ ପାଇଁ ବିଧାୟକଙ୍କୁ ବିଜେଡିରୁ ବିଦା କଲାପରେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଗୋପାଳପୁର ନିର୍ବାଚନମଣ୍ଡଳୀର ଦାୟିତ୍ଵ ନେଇଥିଲେ । ତାର ସୁଫଳ ଲୋକଙ୍କୁ ମିଳିଛି । ଲୋକେ ବି ଦଳ ଉପରେ ଆସ୍ଥା ବଜାୟ ରଖିଛନ୍ତି । ପଞ୍ଚାୟତ ନିର୍ବାଚନରେ ତାହା ଦେଖିବାକୁ ମିଳିଛି । ୫୩ ନଂବର ଜିଲ୍ଲା ପରିଷଦ ଜୋନ ପ୍ରଥମ ଥର ପାଇଁ ବିଜେଡି ଜିତିଛି । ରଂଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ଶାସକ ଦଳକୁ ମଜବୁତ କରିଛି ।

ବିଜେଡିର ଏହି ଐତିହାସିକ ବିଜୟରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡକ୍ଟର ଗୋପବନ୍ଧୁ ଦାଶଙ୍କ ପ୍ରମୁଖ ଭୂମିକା ରହିଛି । ତାଙ୍କ ସଫଳ ଗୋଟି ଚାଳନା ପାଇଁ ଏହା ସମ୍ଭବ ହୋଇପାରିଛି । ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦଳର ସଫଳତା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିଥିଲେ ଡକ୍ଟର ଦାଶ ।

Comments are closed.