ପରଲୋକରେ ‘ରସନା’ ବ୍ରାଣ୍ଡର ପ୍ରତିଷ୍ଠାତା

ନୂଆଦିଲ୍ଲୀ:ଲୋକପ୍ରିୟ ମୃଦୁ ପାନୀୟ ବ୍ରାଣ୍ଡ୍ ‘ରସନା’ ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଆରୀଜ୍ ପିରୋଜଶା’ ଖମ୍ବାଟା ଆଉ ଆମ ଗହଣରେ ନାହାଁନ୍ତି । ପିରୋଜଶା’ ଖମ୍ବାଟାଙ୍କ ପରଲୋକ ହୋଇଯାଇଛି ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି। ରସନା ଗ୍ରୁପ୍ ଏକ ବିବୃତ୍ତିରେ କହିଛି ଯେ ଖମ୍ବାଟାଙ୍କ ଶନିବାର ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି।

ରସନା ଗ୍ରୁପ୍ ସୂଚନା ମୁତାବକ ଆରିଜ୍ ଖମ୍ବାଟା ବେନିଭୋଲେଣ୍ଟ ଟ୍ରଷ୍ଟ ଏବଂ ରସନା ଫାଉଣ୍ଡେସନର ମଧ୍ୟ ଅଧ୍ୟକ୍ଷ ଥିଲେ। ସେ ଡବ୍ଲୁଏପିଆଇଜେଡ୍ (ପାର୍ସୀ ଇରାନୀ ଜାରାଥୋଷ୍ଟିର ବିଶ୍ବ ସଂଗଠନ) ର ଏବଂ ଅହମ୍ମଦାବାଦ ପାର୍ସୀ ପଞ୍ଚାୟତର ପୂର୍ବତନ ସଭାପତି ମଧ୍ୟ ଥିଲେ। ଭାରତୀୟ ଶିଳ୍ପ, ବ୍ୟବସାୟ ଏବଂ ସାମାଜିକ ବିକାଶରେ ଖମ୍ବାଟାଙ୍କ ମହତ୍ବପୂର୍ଣ ଅବଦାନ ଥିଲା।

ଆରିଜ୍ ପିରୋଜା ଖମ୍ବଟାଙ୍କ ଦ୍ବାରା ପ୍ରତିଷ୍ଠିତ ଘରୋଇ ମୃଦୁ ପାନୀୟ ବ୍ରାଣ୍ଡ ରସନା ଆଜି ବିଶ୍ବର ୬୦ଟି ଦେଶରେ ପହଞ୍ଚିଛି। ଲୋକପ୍ରିୟ ରସନା ଦେଶର ପ୍ରାୟ ୧୮ ଲକ୍ଷ ଛୋଟବଡ ଦୋକାନରେ ବିକ୍ରି ହୁଏ | ୧୯୭୦ ଦଶକରେ ଖମ୍ବାଟା ବଜାରରେ ମହଙ୍ଗା ମୃଦୁ ପାନୀୟ ବ୍ରାଣ୍ଡ ଗୁଡ଼ିକୁ ମାତ୍ ଦେଇ ‘ରସନା’ ରୂପେ ଲୋକଙ୍କୁ ଏକ ଶସ୍ତା ବିକଳ୍ପ ଦେଇଥିଲେ | ‘ରସନା’ ଖୁବ୍ କମ୍ ସମୟ ମଧ୍ୟରେ ଦେଶ ତଥା ବିଶ୍ୱରେ ଲୋକପ୍ରିୟ ହୋଇପାରିଥିଲା |

Comments are closed.