କ୍ରମାଗତ ପଞ୍ଚମ ଥର ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ  | News Room Odisha

କ୍ରମାଗତ ପଞ୍ଚମ ଥର ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ 

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି । କ୍ରମାଗତ ପଞ୍ଚମ ଥର ପାଇଁ ରେପୋ ରେଟ୍ ୬.୫୦ ପ୍ରତିଶତରେ ବଜାୟ ରଖିଛି ଆରବିଆଇ । ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ମୁଦ୍ରା ନୀତି କମିଟିର ଦ୍ୱି-ମାସିକ ମୁଦ୍ରା ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ରେପୋ ରେଟ୍ ଅପରିବର୍ତ୍ତିତ ରହିବା ଯୋଗୁଁ ବ୍ୟାଙ୍କ ଋଣ ଗ୍ରହୀତାଙ୍କୁ ମଧ୍ୟ ଆଶ୍ବସ୍ତି ମିଳିଛି । ଅର୍ଥାତ୍ ଘର, କାର୍ କିମ୍ବା ଅନ୍ୟାନ୍ୟ ଋଣ ଉପରେ ଇଏମ୍ଆଇ ବଢ଼ିବ ନାହିଁ |