ରାଜ୍ୟବ୍ୟାପୀ ୧୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ବିଜେପୁରରେ ସୌରଶକ୍ତି ପ୍ଲାଂଟର ଉଦଘାଟନ | News Room Odisha

ରାଜ୍ୟବ୍ୟାପୀ ୧୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ବିଜେପୁରରେ ସୌରଶକ୍ତି ପ୍ଲାଂଟର ଉଦଘାଟନ

ଭୁବନେଶ୍ୱର-ରାଜ୍ୟବ୍ୟାପୀ ୧୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ ୨ଟି ପ୍ରକଳ୍ପର ଉଦଘାଟନ ଓ ୧୦ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୮ ହଜାର ୭୯୬ କୋଟିର ପ୍ରକଳ୍ପରେ ୭ ହଜାର ୯୦ ଜଣ ନିଯୁକ୍ତି ପାଇବେ । ୧୨ ପ୍ରକଳ୍ପ ମଧ୍ୟରୁ ୪ଟି ବୃହତ ଓ ୮ଟି ଏମଏସଏମଇ ପ୍ରକଳ୍ପ ରହିଛି ।

ବରଗଡର ବିଜେପୁରରେ ୨୫ ମେଗାୱାଟ୍‌ର ସୌରଶକ୍ତି ପ୍ଲାଂଟ୍ ଉଦଘାଟନ କରିଛନ୍ତି ନବୀନ । ଏହା ଦ୍ୱାରା ଜାଲପାଲି ଗ୍ରୀଡ୍ ଅଂଚଳର ୩୬ ହଜାର ଉପଭୋକ୍ତା ଉପକୃତ ହେବେ । ୧୧୦ କୋଟି ଟଙ୍କାର ଏହି ପ୍ରକଳ୍ପରେ ୬୦ କର୍ମଚାରୀ ନିଯୁକ୍ତି ପାଇବେ । ଯାଜପୁର ହରିଦାସପୁରରେ ରାମକୋ ସିମେଂଟ୍ କାରଖାନା ବି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ଢେଙ୍କାନାଳ ଝାରବନ୍ଧରେ ସଂପ୍ରସାରିତ ଇସ୍ପାତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

CM Naveen Patnaik