ରେକର୍ଡ ଭାଙ୍ଗୁଛି ଓମିକ୍ରନ୍, ସପ୍ତାହକ ମଧ୍ୟରେ ୧.୫ କୋଟି ନୂଆ ମାମଲା, ୪୮ ହଜାର ମୃତ୍ୟୁ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋଭିଡ -୧୯ ସଂକ୍ରମଣ ବିସ୍ଫୋରଣ ଜାରି ରହିଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହାର ସଦ୍ୟତମ ମହାମାରୀ ରିପୋର୍ଟରେ କହିଛି ଯେ ଗତ ସପ୍ତାହରେ ନୂଆ କରୋନୋ ସଂକ୍ରମଣ ସଂଖ୍ୟା ପ୍ରାୟ ୫୫ ପ୍ରତିଶତ ବୃଦ୍ଧି ପାଇଛି। ମଙ୍ଗଳବାର ରାତିରେ ପ୍ରକାଶିତ ସାପ୍ତାହିକ ରିପୋର୍ଟରେ ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି କହିଛି ଯେ ଗତ ସପ୍ତାହରେ କୋଭିଡ-୧୯ ସଂକ୍ରମଣର ପ୍ରାୟ ୧.୫ କୋଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହି ସମୟ ମଧ୍ୟରେ ୪୩,୦୦୦ ରୁ ଅଧିକ ମୃତ୍ୟୁ ଘଟିଛି। ତେବେ ରିପୋର୍ଟ ଅନୁଯାୟୀ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। ଏହାଛଡ଼ା ଆଫ୍ରିକାକୁ ଛାଡ଼ି ବିଶ୍ବର ଅଧିକାଂଶ ଦେଶରେ କରୋନା ମାମଲାର ରେକର୍ଡ ବୃଦ୍ଧି ଘଟିଛି। ଆଫ୍ରିକାରେ କୋଭିଡ ମାମଲାରେ ପ୍ରାୟ ୧୧ ପ୍ରତିଶତ ହ୍ରାସ ଘଟିଛି।

ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି ଯେ ଗତ ସପ୍ତାହରେ ପ୍ରାୟ ୧.୫ କୋଟି କରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି, ଯାହାକି ଏପର୍ଯ୍ୟନ୍ତ ସପ୍ତାହ ମଧ୍ୟରେ ସର୍ବାଧିକ। ଆମେ ଜାଣୁ ଏହା ଏକ କମ୍ ତୀବ୍ରତା ସମ୍ପନ୍ନ ଭାରିଆଣ୍ଟ | ଓମିକ୍ରନ୍ ଭାରିଆଣ୍ଟ କାରଣରୁ ଅଧିକାଂଶ ସଂକ୍ରମଣ ଘଟୁଛି | ଓମିକ୍ରନ୍ ଏବେ ଡେଲଟାର ସ୍ଥାନ ନେଉଛି | ଓମିକ୍ରନ୍ ଯୋଗୁଁ ପୂର୍ବରୁ ସଂକ୍ରମିତ ହୋଇଥିବା ଲୋକମାନେ ପୁଣି କୋଭିଡ୍ ଆକ୍ରାନ୍ତ ହେଉଛନ୍ତି। ଟିକା ନେଇଥିବା ଲୋକ ମଧ୍ୟ ଓମିକ୍ରନର ଶିକାର ହେଉଛନ୍ତି |

୧ ଡିସେମ୍ବର ୨୦୨୧ରେ ୬ ଲକ୍ଷ ୭୮ ହଜାର ମାମଲା ରୁଜୁ ହୋଇଥିଲା | ଏଥି ସହିତ ଜାନୁୟାରୀ ୧, ୨୦୨୨ ରେ ୧୭ ଲକ୍ଷ ୭୨ ହଜାର ମାମଲା ରିପୋର୍ଟ ହୋଇଥିଲା। ୧୨ ଜାନୁୟାରୀ ୨୦୨୨ରେ ଏହି ସଂଖ୍ୟା ପ୍ରାୟ ୨୮ ଲକ୍ଷ ୪୬କୁ ବୃଦ୍ଧି ପାଇଛି । ଅର୍ଥାତ୍ ମାତ୍ର ୧୨ ଦିନରେ ଦୈନିକ ମାମଲା ସଂଖ୍ୟା ୯ ଲକ୍ଷ ବୃଦ୍ଧି ପାଇଛି |

Comments are closed.