କମେଣ୍ଟ୍ରି କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ ରିକି ପଣ୍ଟିଂ, ହସ୍ପିଟାଲରେ ଭର୍ତ୍ତି

ପର୍ଥ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଛି । ଶୁକ୍ରବାର ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ତୃତୀୟ ଦିବସରେ କମେଣ୍ଟ୍ରି କରୁଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପଣ୍ଟିଂଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି ବୋଲି ଏହି ମ୍ୟାଚ୍ ପ୍ରସାରଣ କରୁଥିବା ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।

ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ପର୍ଥ ଟେଷ୍ଟର ତୃତୀୟ ଦିନରେ ଲଞ୍ଚ୍ ବିରତି ପରେ ୪୮ ବର୍ଷୀୟ ପଣ୍ଟିଂ କମେଣ୍ଟ୍ରି କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପଣ୍ଟିଂଙ୍କ ହୃଦ୍ ଜନିତ ସମସ୍ୟା ଥିବା ଜଣାପଡ଼ିଛି । ପର୍ଥ ଟେଷ୍ଟର ତୃତୀୟ ଦିନରେ ଶେଷ ସେସନରେ ଫଣ୍ଟିଂ ଆଉ କମେଣ୍ଟ୍ରି କରିବାକୁ ଆସିନଥିଲେ। ସେ ମୁଣ୍ଡ ଘୂରାଇବା ଓ ଅସ୍ଥିର ଅନୁଭବ କରୁଥିଲେ | ପଣ୍ଟିଂଙ୍କୁ ଅସୁସ୍ଥ ଦେଖି ସାଥୀ ଭାଷ୍ୟକାରମାନେ ତାଙ୍କୁ ହସ୍ପିଟାଲ୍ ନେବାକୁ ବ୍ୟବସ୍ଥା କରିଥିଲେ । ପଣ୍ଟିଂଙ୍କୁ ପର୍ଥର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comments are closed.