ଗୋଟିଏ ଓଭରରେ ୭ ଛକା ! ଋତୁରାଜ ଗାଏକୱାଡଙ୍କ ବିଶ୍ବ ରେକର୍ଡ

ଅହମ୍ମଦାବାଦ: ଯୁବ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକୱାଡ ସୋମବାର ଇତିହାସ ରଚିଛନ୍ତି। ମହାରାଷ୍ଟ୍ରର ଏହି ବ୍ୟାଟ୍ସମ୍ୟାନ୍ ବିଜୟ ହଜାରେ ଟ୍ରଫିର ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚରେ ଗୋଟିଏ ଓଭରରେ ୭ଟି ଛକା ମାରି ବିଶ୍ବ ରେକର୍ଡ କରିଛନ୍ତି । ସୀମିତ ଓଭର କ୍ରିକେଟ୍ ରେ ଏହି ବିରଳ ମାଇଲଖୁଣ୍ଟ ହାସଲ କରିବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ।

ନରେନ୍ଦ୍ର ମୋଦୀ ଷ୍ଟାଡିୟମ-୨ରେ ଖେଳାଯାଇଥିବା ଏହି ମ୍ୟାଚରେ ମହାରାଷ୍ଟ୍ର ଇନିଂସର ୪୯ ତମ ଓଭରରେ ଗାଏକୱାଡ ଏହି କୀର୍ତ୍ତୀମାନ ହାସଲ କରିଥିଲେ । ଉତ୍ତର ପ୍ରଦେଶର ବୋଲର ଶିବ ସିଂଙ୍କ ଏହି ଓଭରରେ ଗୋଟିଏ ବଲ୍ ନୋ ବଲ୍ ଥିଲା। ନୋ ବଲରେ ମଧ୍ୟ ଗାଏକ୍ବାଡ୍ ଛକା ମାରିଥିଲେ । ଗାଏକ୍ଵାଡ୍ ୭ ବଲରୁ ୭ ଟି ଛକା ମାରିବା ସହ ଏହି ଓଭରରେ ମୋଟ ୪୩ ରନ୍ ସଂଗ୍ରହ କରିଥିଲେ। ଏହି ବିଶ୍ବରେକର୍ଡ ସହ ଗାଏକ୍ବାଡ ଏହି ମ୍ୟାଚରେ ୧୫୯ ବଲରେ ୨୨୦ ରନ୍ ଇନିଂସ ଖେଳିଥିଲେ । ତାଙ୍କର ଏହି ପାଳିରେ ୧୦ଟି ଚୌକା ଓ ୧୬ଟି ଛକା ସାମିଲ ଥିଲା ।

ଗାଏକୱାଡର ଏହି ଇନିଂସ ବଳରେ ମହାରାଷ୍ଟ୍ର ୫୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ୩୩୦ ରନ୍ କରିଥିଲା। ଏହି ମ୍ୟାଚରେ ଗାଏକୱାଡ ଇନିଂସ୍ ଓପନ୍ କରିଥିଲେ। ତାଙ୍କ ୍ ଅନ୍ୟ କୌଣସି ମହାରାଷ୍ଟ୍ର ବ୍ୟାଟ୍ସମ୍ୟାନ୍ ମଧ୍ୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିପାରି ନଥିଲେ।

Comments are closed.