ରାଉରକେଲା/ବ୍ରହ୍ମପୁର- ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ରାଉରକେଲାର ଜିଏସଟି ଅଫିସର ଅଲେଖ ମହାନନ୍ଦଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ସହରର ଛେଣ୍ଡ କୋଲୋନୀ ଘର ସମେତ ପୈତୃକ ଘର, ଶ୍ୱଶୁର ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଛି ।
ସେପଟେ ବ୍ରହ୍ମପୁର ସହରର ୱାର୍ଡ ନମ୍ବର -୯ର ଅଙ୍ଗନବାଡି କର୍ମୀ ନମିତା ଦଳେଇଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଲକ୍ଷ୍ମୀନୃସିଂହ ସାହିରେ ଥିବା ତାଙ୍କ ବାପଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଛି ।